ଦ୍ବୀପାଞ୍ଚଳରେ ମିଶନ ଶକ୍ତି ସମାବେଶ ଅନୁଷ୍ଠିତ, ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କଲେ ମନ୍ତ୍ରୀ

Published By : Prameya-News7 Bureau | December 30, 2021 IST

 ମାହାଙ୍ଗା, ୩୦/୧୨: ବିରୂପା-ଗେଙ୍ଗୁଟି ଦ୍ବିପଞ୍ଚଳର ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭ଟି ପଞ୍ଚାୟତର ଏସଏଚଜି  ମହିଳାଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ସ୍ଥାନୀୟ ବିଧାୟକ ତଥା ଆଇନ୍‌ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନବୀନ ସରକାର ମହିଳାଙ୍କ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ପ୍ରଗତି ହୋଇପାରିଛି ବୋଲି କହିଥିଲେ । ବ୍ଲକ ଚେୟାରମ୍ୟାନ ଶରତ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

ସିଡିପିଓ ପ୍ରମୋଦିନୀ ଦାସ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ପ୍ରମୁଖ ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଦ୍ବୀପାଞ୍ଚଳର ୭ଟି ପଞ୍ଚାୟତରୁ ଆସିଥିବା ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବାସହ ରେସନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.