ଭାରତୀୟ ଚାଷୀଙ୍କ ଲାଗି ୨୮ ବର୍ଷ ପରେ ଖୋଲିବ ବର୍ଡର, ସୀମାସେପାଖରେ କରିବେ ଚାଷ

Published By : Prameya-News7 Bureau | July 04, 2021 IST

ବାଡମେର ୪।୭:  ରାଜସ୍ଥାନର ଚାଷୀ ଏବେ ସୀମା ସେପାଖକୁ ଯାଇ ଚାଷ କରିପାରିବେ। କେବଳ ଏତିକି ନୁହେଁ ସେମାନେ ବୋର ୱେଲରୁ ପାଇପରେ ପାଣି ନେଇ ନିଜ ଜମିରେ ମଧ୍ୟ ମଡାଇପାରିବେ। ଏଥିଲାଗି ବାଡମେର ସୀମାକୁ ବିଏସଏଫ ଖୋଲିବ। ସୀମାରେ ତାରବାଡ ଲଗାଯିବା ଯୋଗୁ ଚାଷୀମାନେ ୨୮ ବର୍ଷ ହେଲା ନିଜ ଜମିକୁ ଯାଇଆସି ପରୁନଥିବାରୁ ଚାଷ କରିପାରୁନଥିଲେ।

{"id":475417,"sizeSlug":"large","linkDestination":"none"}

ପାକିସ୍ତାନ ଅନୁପ୍ରବେଶ ରୋକିବା ଲାଗି ଭାରତ ୧୯୯୨ ମସିହାରେ ସୀମାକୁ ତାରବାଡ ଲଗାଇ ବନ୍ଦ କରିଦେଇଥିଲା। ଏଥିରେ ପାକ୍‌ ସୀମାକୁ ଲାଗି ରହିଥିବା ବାଡମେର ଜିଲ୍ଲାର ଚାଷୀଙ୍କ ଶହଶହ ଏକର ଜମି ଜିରୋ ପଏଣ୍ଟ ଓ ତାରବାଡ ମଝିରେ ରହିଯାଇଥିଲା। ଏବେ ବିଏସଏଫ ଚାଷୀଙ୍କୁ ସେମାନଙ୍କ ଖାତାରେ ଥିବା ଜମିକୁ ଯିବା ଆସିବା ଲାଗି ଅନୁମତି ଦେଇଛି। ଏଥିଲାଗୀ ସୀମାରେ ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ଫାଟକ ଲଗାଯିବା ସହ ଚାଷୀଙ୍କୁ ପରିଚୟପତ୍ର ମଧ୍ୟ ଦେବାର ବ୍ୟବସ୍ଥା ହେଉଛି।

{"id":475418,"sizeSlug":"large","linkDestination":"none"}

ଚାଷୀ ପରିଚୟପତ୍ର ଦେଖାଇ ନିଜ ବିଲକୁ ଚାଷବାଷ କରିବାକୁ ଏବେ ଯାଇପାରିବେ। ସେହିପରି ଜମିର ପାଣି ଆବଶ୍ୟକତା ପୂରଣ ଲାଗି  ନିଜ ଦେଶ ସୀମାରେ ବୋରୱେଲ କରି ପାଇପ ଓ ଜଳ ସେଚନ ମାଧ୍ୟମରେ ନିଜ ଜମି ପର୍ଯ୍ୟନ୍ତ ପାଣି ମଧ୍ୟ ନେଇପାରିବେ। ଭାରତ-ପାକ୍‌ ସୀମା ପଞ୍ଜାବରେ ଚାଷୀଙ୍କୁ ଜିରୋ ପଏଣ୍ଟରେ ଥିବା ନିଜ ଜମିରେ ଚାଷ କରିବାକୁ ଅନୁମତି ମିଳିଛି। ଏଣୁ ବାଡମେରର ଜାଟୋଂକେ ବେରା ଓ ଶରଳା ଅଞ୍ଚଳର ଚାଷୀ ଏହି ସୁବିଧା ପାଇପାରିବେ।

{"id":475419,"width":836,"height":632,"sizeSlug":"large","linkDestination":"none"}

ସୀମାରେ ତାରଘେରା ଓ ଜିରୋ ପଏଣ୍ଟ ମଧ୍ୟରେ ବାଡମେର ଜିଲ୍ଲାର ଚାଷୀଙ୍କ ପ୍ରାୟ ୧୧ ହଜାର ୪୬୮ ବିଘା ଜମି ରହିଯାଇଥିବା ବିଏସଏଫ ଡିଆଇଜିଙ୍କ ସହ ଆଲୋଚନାରେ ଚାଷୀ ସୂଚିତ କରିଥିଲେ। ଏହି ଜମିର କ୍ଷତିପୂରଣ ସେମାନଙ୍କୁ ମିଳି ନଥିବା ବେଳେ ସେମାନେ ଜମିର ହକ୍‌ ମଧ୍ୟ ପାଇପାରୁନଥିଲେ। ତେବେ ବିଏସଏଫ ଡିଆଇଜି ବିନିତ କୁମାରଙ୍କ ନିକଟରେ ଅଭିଯୋଗ କରିବା ପରେ ସେମାନଙ୍କ ସମସ୍ୟା ଏବେ ମସାଧାନ ହେବାକୁ ଯାଉଛି। ଡିଆଇଜି ଜିରୋପଏଣ୍ଟରେ ଜମି ଥିବା ଚାଷୀଙ୍କୁ ଚାଷ କରିବା ଲାଗି ଯିବା ନିମନ୍ତେ ଆବେଦନ କରିବାକୁ କହିଛନ୍ତି। ଏଥିରେ ପାସ୍‌ ନିମନ୍ତେ ନିବେଦନ କରିବାକୁ କୁହାଯାଇଥିବା ବେଳେ  ନିର୍ଦ୍ଧାରିତ ଆଇନରେ ଚାଷୀ ପାସ୍‌ ଦେଖାଇ ତାରବାଡ ସେପାଖକୁ ଯାଇ ଚାଷ କରି ପୁଣି ନିଜ ଘରକୁ ଫେରିପାରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.