ଯୁବକଙ୍କ ନାରକୀୟ କାଣ୍ଡ: ବିଏସ୍ଏଫ୍ ଏସଆଇଙ୍କୁ ବେହୋସ୍ ହେବା ଯାଏଁ ବାଡେଇଲେ, ଏସ୍ଆଇଙ୍କ ପତ୍ନୀ ଓ ପିଲାଙ୍କୁ ବି ଛାଡିଲେନି
22/12/2020 at 1:03 PM

ଯୋଧପୁର ୨୨/୧୨ : ରାଜସ୍ଥାନ ଯୋଧପୁର ଜିଲ୍ଲା ପିପାଡ ଥାନା ଅଞ୍ଚଳରେ ଜଣେ ବିଏସଏଫ ସବ୍ ଇନ୍ସପେକ୍ଟର ଜଣେ ଯୁବକ ଏମିତି ମାଡ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଯୁବକ ନିଜ ସାଥିଙ୍କ ସହ ମିଶି ସବ୍ ଇନ୍ସପେକ୍ଟରଙ୍କୁ ତାଙ୍କ ପତ୍ନୀ ଓ ପିଲାଙ୍କ ସମ୍ମୁଖରେ ସେ ବେହୋସ ହେବା ଯାଏଁ ତାଙ୍କୁ ମାଡ ମାରିଥିଲେ। ଯୁବକମାନେ ଏସଆଇଙ୍କ ପତ୍ନୀ ଓ ତାଙ୍କ ପିଲାଙ୍କୁ ମଧ୍ୟ ବାଡେଇଥିଲେ। ଘଟଣା ଶୋଷିଲା ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ହେବାପରେ ଲୋକେ ଉତକ୍ଷିପ୍ତ ହୋଇଛନ୍ତି। ବର୍ତ୍ତମାନ ସବୁ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି।
ପୋଲିସ କହିବାନୁସାରେ, ସୋମବାର ଦିନ ବିଏସଏଫ ଏସଆଇ ବନ୍ନେ ସିଂହ ଛୁଟିରେ ଆସିଥିଲେ ଏବଂ ନିଜ ପରିବାର ସହ ପାଲଡି ଗାଁ ଯାଉଥିଲେ। ବସ ଯାତ୍ରା କରୁଥିବା ଆଉ ଜଣେ ଯୁବକ ତାଙ୍କ ସହ ଅସଦାଚରଣ କରିଥିଲା। ଯୁବକକୁ ସେ ବୁଝାଇବା ପରେ ମଧ୍ୟ ସେ ବୁଝିନଥିଲା ଓ ଅଭାଦ୍ରାମୀ କରିଥିଲା। ଫଳରେ ବନ୍ନେ ସିଂହ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମାମଲା ଶାନ୍ତ କରାଇ ବସକୁ ଯିବାକୁ ଦେଇଥିଲା। କିନ୍ତୁ ଏଥିରେ ଯୁବକର କ୍ରୋଧ ଆହୁରି ବଢିଗଲା ଓ ସେ ଆଗକୁ ଯିବା ପରେ ନିଜ ସାଥିମାନଙ୍କୁ ଡ଼କାଇଥିଲା। ସେ ଏସଆଇ ଓ ତାଙ୍କ ପରିବାରକୁ ବସରୁ ଘୋଷାଡ଼ି ତଳକୁ ଆଣିଥିଲା ଓ ସେ ବେହୋସ ହେବା ଯାଏଁ ତାଙ୍କୁ ବାଡ଼େଇଥିଲା। ଏସଆଇଙ୍କ ପତ୍ନୀ ଓ ପିଲାଛୁଆ ମଧ୍ୟ ଯୁବକର ହମଲାର ଶିକାର ହୋଇଥିଲେ। ଦୁର୍ବୁତ୍ତମାନେ ବନ୍ନେ ସିଂହର ସୁନା ଚେନ ମଧ୍ୟ ଛଡେଇ ନେଇଗଲେ। ସୂଚନା ପାଇ ପିପାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ନେ ସିଂହ ଓ ତାଙ୍କ ପରିବାରକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପୋଲିସ ଦୁର୍ବୁତ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।
ପିପାଡ ଥାନା ଅଧିକାରୀ ବାବୁଲାଲ ରାଣା କହିଛନ୍ତି ଯେ ପୋଲିସ ଟିମ ଦୁର୍ବୁତ୍ତଙ୍କୁ କାବୁ କରିବାକୁ ଏକ ଟିମ ଗଠନ କରିଛି ଏବଂ ବିଭିନ୍ନ ଜାଗାରେ ଚଢ଼ଉ କରୁଛି। ଦୁର୍ବୁତ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ମାମଲା ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ପୋଲିସ ନିଜେ ଏଠାରେ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି।
ଯୋଧପୁର ଜିଲ୍ଲା ଗ୍ରାମୀଣ ଅଞ୍ଚଳରେ ଏହିଭଳି ଘଟଣା ଲଗାତାର ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେଲା ଏହିଭଳି ମାରପିଟ ଘଟଣା ସାମ୍ନାକୁ ଆସିଛି। ଦୁର୍ବୁତ୍ତ ପଥଚାରୀଙ୍କୁ ମଧ୍ୟ ମାରପିଟ କରି ଲୁଟୁଥିବା ମାମଲା ସାମ୍ନାକୁ ଆସିଛି।