ବିଏସଏଫକୁ ବଡ଼ ସଫଳତା, ପଞ୍ଜାବ ସୀମାରୁ ବିପୁଳ ପରିମାଣର ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଜବତ

Published By : Prameya-News7 Bureau | December 03, 2022 IST

ଚଣ୍ଡିଗଡ଼: ପଞ୍ଜାବ ସୀମାରେ ବିଏସଏଫକୁ ବଡ଼ ସଫଳତା । ଆତଙ୍କବାଦୀ ଗତିବିଧିକୁ ପଣ୍ଡ କଲା ସୁରକ୍ଷାବଳ । ଫିରୋଜପୁର ସୀମାରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ କାରବାରକୁ ପଣ୍ଡ କରିଛି ବର୍ଡର ସିକ୍ୟୁରିଟି ଫୋର୍ସ । ପାକିସ୍ତାନ ପଟୁ ଡ୍ରୋନ୍ ଅନୁପ୍ରବେଶ ବେଳେ ମାରି ଖସାଇଛନ୍ତି ଯବାନ । ଏଥିରେ କୋଟିଏ ଟଙ୍କାରୁ ଅଧିକ ହେରୋଇନ୍ ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ପଞ୍ଜାବ ସୀମାରେ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ ଗତିବିଧି । ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କାରବାର ଜାରି ରହିଛି । ସୂଚନା ଅନୁଯାୟୀ, ଫାଜିଲ୍କା ଜିଲ୍ଲାର ଚୁରିଓ୍ବାଲା ଚୁସ୍ତି ନିକଟରେ ଶନିବାର ରାତିରେ ପାକିସ୍ତାନ ପଟୁ ଡ୍ରୋନ୍ ଅନୁପ୍ରେବଶ ଉଦ୍ୟମ ହୋଇଥିଲା । ସୁରକ୍ଷାବଳ ଦେଖିବା ପରେ ଡ୍ରୋନ୍କୁ ମାରି ଖସାଇଛନ୍ତି । ସର୍ଚ୍ଚ ଅପରେସନ ବେଳେ ୭.୫ କିଲୋଗ୍ରାମର ୩ଟି ହେରୋଇନ ପ୍ୟାକେଟ୍ , ଗୋଟିଏ ପିସ୍ତଲ, ୨ଟି ମାଗ୍‌ଜିନ୍ ଓ ୯ଏମଏମର ୫୦ ରାଉଣ୍ଡ ଗୁଳି ଜବତ ହୋଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ୫୦ କୋଟି ଟଙ୍କାରୁ ଅଧିକ ହେବ ।  

ଏହା ପୂର୍ବରୁ ଶୁକ୍ରବାର ପିରୋଜପୁର ଜିଲ୍ଲାରୁ ବିଏସଏଫ ୫ଟି ରାଇଫଲ ଓ ୫ ପିସ୍ତଲ ମଧ୍ୟ ଜବତ କରିଥିଲା । ସର୍ଚ୍ଚ ଅପରେସନ ବେଳେ ନୀଳ ରଙ୍ଗ ଦୁଇଟି ବ୍ୟାଗରୁ ଅସ୍ତ୍ରଶସ୍ତ୍ର ମିଳିଥିବା ସେନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.