ତ୍ରିପୁରାରେ ଓଡିଆ ଯବାନ ସହିଦ, କାନ୍ଦବୋବାଳିରେ ଫାଟି ପଡୁଛି ଘର

Published By : Prameya-News7 Bureau | November 17, 2023 IST

କଳାହାଣ୍ଡି ୧୭।୧୧: ତ୍ରିପୁରାରେ ଓଡିଆ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଯବାନ ସହିଦ ହୋଇଥିବା ସୂଚନା ରହିଛି । ସହିଦ ଯବାନଙ୍କ ନାଁ ଈଶ୍ୱର ଚନ୍ଦ୍ର ଦୋରା ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବେଲଖଣ୍ଡି ଗାଁରେ ତାଙ୍କ ଘର ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ଈଶ୍ୱର ଚନ୍ଦ୍ର ଦୋରା ୨୦୧୩ ମସିହାରୁ ଚାକିରିରେ ଯୋଗ ଦେଇଥିଲେ । ସେ ତ୍ରିପୁରାରେ ରହୁଥିଲେ । ତେବେ ଗୁରୁବାର ଆତଙ୍କବାଦୀଙ୍କ ଗୁଳିରେ ସେ ସହିଦ ହେଇଥିବା ସୂଚନା ମିଳିଛି । ତାଙ୍କ ପରିବାରରେ ବାପା, ସ୍ତ୍ରୀ ଏବଂ ଛୋଟ ଛୁଆ ଥିବା ଜଣାପଡିଛି ।

ତେବେ ତାଙ୍କ ସହିଦ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି । କାନ୍ଦବୋବାଳିରେ ଫାଟି ପଡୁଛି ଘର, ପରିବାରଠୁ ଗାଁ ଦାଣ୍ଡ । ତେବେ ଯବାନଙ୍କ ସହିଦ ହେବା ନେଇ କୌଣସି ଅଧିକାରୀ ସ୍ତରରେ ସୂଚନା ପ୍ରଦାନ କରାଯାଇନାହିଁ ।

You Can Read :

wp:embed {"url":"https://www.prameyanews7.com/youth-killed-after-tipper-hit-bike-in-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-killed-after-tipper-hit-bike-in-dhenkanal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.