ସଡକ ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର
12/09/2023 at 11:15 AM

ଟାଙ୍ଗୀ ୧୨।୯: ସଡକ ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ଗୋପାଳପୁର ଗ୍ରାମର କୈଳାଶ ଚନ୍ଦ୍ର ମହାପାତ୍ର । କୈଳାସ BSFରେ କାର୍ଯ୍ୟ କରୁଥିଲେ । ଛୁଟି କାଟିବା ପାଇଁ ସେ ଘରକୁ ଆସିଥିଲେ ।

ସୂଚନାଯୋଗ୍ୟ ଯେ, କୈଳାଶ ଓ ତାଙ୍କ ପତ୍ନୀ ଦୁହେଁ ବାଇକ୍ ଯୋଗେ ଖୋର୍ଦ୍ଧାରୁ ଘରକୁ ଫେରୁଥିବା ବେଳେ ଖୋର୍ଦ୍ଧା-ମଳିପଡା ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର କୈଳାଶଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇବା ପରେ BSF ଯବାନମାନେ କୈଳାଶଙ୍କ ମୃତଦେହ ତାଙ୍କ ଭିଟାମାଟିକୁ ଆଣିବା ପରେ ଗାଁ ଶ୍ମଶାନକୁ ନେଇ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ପରେ କୈଳାଶଙ୍କର ଅନ୍ତିମ ସଂସ୍କାର କରାଯାଇଛି । କୈଳାଶ ମହାପାତ୍ର ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ସମଗ୍ର ଅଞ୍ଚଳ ଏବଂ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଭାରତ-ପାକିସ୍ତାନ ବର୍ଡର ଜିଲ୍ଲା ଫଜିଲାକା ସେକ୍ଟର ଆବରରେ ଚାକିରି କରିଥିଲେ କୈଳାଶ । ଆଉ ସେ ଘରକୁ ଛୁଟି କାଟିବା ପାଇଁ ଆସିଥିଲେ । ମାତ୍ର ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ।
You Can Read :
ପୋଲ ଉପରେ ଚାଲୁଛି ୬ ଫୁଟର ବର୍ଷା ପାଣି, ପ୍ରଭାବରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ