ବିଏସଏଫ କ୍ୟାମ୍ପରେ ଅଘଟଣ: ପେଟରେ ଗୁଳି ବାଜି ଯବାନ ଆହତ
10/01/2023 at 8:48 PM

ମାଲକାନାଗିରି ୧୦/୦୧: ଯବାନଙ୍କ ଗୁଳିରେ ଅନ୍ୟ ଜଣେ ଜବାନ ଆହତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି-୭୯ (MV-79-BSF) ସୀମା ସୁରକ୍ଷା ବଳ କ୍ୟାମ୍ପରେ ହୋଇଛି। ଖବର ଅନୁସାରେ, ଏନ ଭାସ୍କର ନାରାୟଣ ଦେବ ନାମକ ଜବାନ ବଗିଚାରେ କାମ କରୁଥିଲେ। ଏହି ସମୟରେ କ୍ୟାମ୍ପ ସୁରକ୍ଷା ଦାୟିତ୍ୱରେ ଥିବା ଅନ୍ୟ ଜଣେ ଯବାନଙ୍କ ସର୍ଭିସ୍ ରାଇଫଲ୍ ଗୁଳି ବାହାରି ତାଙ୍କ ପେଟରେ ବାଜିଥିଲା।
ଫଳରେ ଯବାନ ଜଣଙ୍କ ଗୁରୁତର ହୋଇଥିଲେ। ତୁରନ୍ତ ଏନ୍ ଭାଷ୍କରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ଏକ ଗୁଳି ବାହାର କରିଛନ୍ତି। ଏବେ ଆହତ ଯବାନ ବିପଦମୁକ୍ତ ଥିବା ଜଣାପଡିଛି। ସେପଟେ କ୍ୟାମ୍ପରେ କିପରି ଏହି ଦୁର୍ଘଟଣା ଘଟିଲା ସେନେଇ ବିଏସଏଫ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023