ପଶ୍ଚିମବଙ୍ଗ ଆସିଥିବା କେନ୍ଦ୍ରୀୟ ଟିମ୍‌ର ବିଏସଏଫ ଡ୍ରାଇଭର କରୋନା ପଜିଟିଭ୍, ୫୦ ଯବାନ କ୍ୱାରେଣ୍ଟାଇନ୍

Published By : Prameya-News7 Bureau | May 04, 2020 IST

କୋଲକାତା, ୦୪|୦୫ :  ପଶ୍ଚିମବଙ୍ଗରେ କରୋନା ଭାଇରସର ସଂକ୍ରମଣ ସ୍ଥିତି ସମୀକ୍ଷା ପାଇଁ ଦିଲ୍ଲୀରୁ କେନ୍ଦ୍ରୀୟ ଟିମ୍ ଆସିଥିଲେ । ତେବେ କୋଲକାତାରେ କେନ୍ଦ୍ରୀୟ ଟିମର କାରକେଡରେ ସାମିଲ ଥିବା ଏକ ଏସ୍କର୍ଟ୍ କାର ଡ୍ରାଇଭର୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଜ୍ରାଇଭରଜଣଙ୍କ ବିଏସଏଫର କର୍ମଚାରୀ ଅଟନ୍ତି । ଟେଷ୍ଟ୍ ରିପୋର୍ଟ ଆସିବା ପରେ ଡ୍ରାଇଭରଙ୍କୁ ତୁରନ୍ତ ହଟାଇଦିଆଯାଇ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି ।

ଏତତ୍ ବ୍ୟତୀତ ବିଏସଏଫ ଡ୍ରାଇଭରଙ୍କ ସମ୍ପର୍କରେ ଆସିଥିବା ୫୦ ଯବାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରିଦିଆଯାଇଛି । କାରଣ ଯେଉଁ ବିଏସଏଫ ଡ୍ରାଇଭର କରୋନା ସଂକ୍ରମିତ ହୋଇଛନ୍ତି ସେ ସୁରକ୍ଷାରେ ନିୟୋଜିତ ଥିବା ଗାଡି ଚଲାଉଥିଲେ । ଏହାସହ ଅନେକ ଯବାନଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିବା ସୂଚନା ମିଳିଛି ।

ଦିଲ୍ଲୀ ବିଏସଏଫ ହେଡ୍ କନଷ୍ଟେବଳ କରୋନା ପଜିଟିଭ୍

ଦିଲ୍ଲୀ ବିଏସଏଫ ମୁଖ୍ୟାଳୟରେ କାମ କରୁଥିବା ଜଣେ ହେଡ୍ କନଷ୍ଟେବଳ ମେ ୩ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେ ଶେଷ ଥର ପାଇଁ ମେ ୧ ତାରିଖରେ କାର୍ଯ୍ୟାଳୟକୁ ଯାଇଥିଲେ । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନାନଙ୍କୁ ଟ୍ରେସ୍ କରାଯାଇଛି । ସମସ୍ତଙ୍କର କୋଭିଡ-୧୯ ଟେଷ୍ଟ୍ କରାଯିବ । ମୁଖ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ମହଲାରୁ ସିଲ୍ କରିଦିଆଯାଇଛି ।

ଏହା ପୂର୍ବରୁ ବିଏସଏଫର ୭ ଯବାନ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲା । ସମସ୍ତେ ଦିଲ୍ଲୀ ମୁଖ୍ୟାଳୟରେ କାମ କରୁଥିଲେ । ଏପରିକି ସିଆରପିଏଫର ମଧ୍ୟ ୧୩୫ ଯବାନ ସଂକ୍ରମିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.