scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଟ୍ରିକ ପରୀକ୍ଷା-୨୦୨୪ ପ୍ରସ୍ତୁତି, ଛାତ୍ରଛାତ୍ରୀଙ୍କୁ ଆଗୁଆ ଦିଆଯିବ ନମୁନା ପ୍ରଶ୍ନପତ୍ର

6/12/2023 at 10:39 AM

କଟକ ୦୬।୧୨ : ମାଟ୍ରିକ୍‌ ପରୀକ୍ଷା ୨୦୨୪ ପ୍ରସ୍ତୁତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରଶ୍ନପତ୍ରର ଫର୍ମାଟ୍‌ ସମ୍ପର୍କରେ ଅଭ୍ୟସ୍ତ ହୋଇପାରିବେ । ଯାହାଦ୍ୱାରା ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି ଦିଗରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଏକ ଅଭିନବ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ନମୁନା ପ୍ରଶ୍ନପତ୍ର ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ନିକଟକୁ ପଠାଇ ଦିଆଯାଇଛି । ଏହା ଯେମିତି ସବୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରତି ଡିଇଓଙ୍କୁ ଚିଠି ଲେଖି ଜଣାଇଛନ୍ତି ।

୨୦୨୪ ମାଟ୍ରିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏକ ପ୍ରଶ୍ନପତ୍ର ସେଟ୍‌ ପ୍ରସ୍ତୁତ କରାଯାଇଛି । ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଯାଇଛି । ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଏନେଇ ମଙ୍ଗଳବାର ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ନିର୍ଦ୍ଦେଶ ଜାରି କରିଛନ୍ତି । ମାଟ୍ରିକ ପରୀକ୍ଷାର ସବୁ ବିଷୟ ଯଥା ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନର ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏହି ପ୍ରଶ୍ନପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସ୍କୁଲ୍‌ଗୁଡିକରେ ବଣ୍ଟନ କରାଯିବ । ସ୍କୁଲ୍‌ ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀମାନେ ଏହାର ଦାୟିତ୍ୱରେ ରହିବେ । ଏହା ସୂଚାରୁ ଢଙ୍ଗରେ ବଣ୍ଟନ ହେଉଛି କି ନାହିଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହାର ଯାଞ୍ଚ୍‌ କରିବେ । ସେହିପରି ଜିଲ୍ଲା ସ୍ତରରେ ରହିଥିବା ଅଭିଜ୍ଞ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରି ନିର୍ଦ୍ଦେଶାଳୟକୁ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାକୁ ଡିଜିଟାଲ୍‌ ପ୍ରଶ୍ନପତ୍ର ଭାବେ ନିର୍ଦ୍ଦେଶାଳୟ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଯୋଗାଇବାକୁ ଲକ୍ଷ୍ୟ ରଖିଛି ।

   Related Posts