ଗୌତମ ଆଦାନୀଙ୍କୁ ଝଟକା ! ଏହି କମ୍ପାନି ଉପରେ ଜରିମାନା ଲଗାଇଲା BSE-NSE

Published By : Prameya-News7 Bureau | November 22, 2023 IST

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ବୁଧବାର ଝଟକା ଲାଗିଛି । ଗୌତମ ଆଦାନୀଙ୍କ ଏକ କମ୍ପାନି ଉପରେ ବିଏସଇ ଓ ଏନଏସଇ ଜରିମାନା ଲଗାଇଛି । ଗୁରୁବାର ବଜାର ଖୋଲିବା ସହ କମ୍ପାନିର ସେୟାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ପ୍ରମୁଖ ସେୟାର ବଜାର ବିଏସଇ ଓ ଏନଏସଇ କିଛି ସୂଚୀବଦ୍ଧ ନିୟମ ଅନୁପାଳନ ନକରିବା କାରଣରୁ ଆଦାନୀ ଗ୍ରୀନ୍ ଏନର୍ଜୀ ଉପରେ ମୋଟ ୧୧.୨୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଦୁଇ ସେୟାର ବଜାର ଆଦାନୀ ଗ୍ରୁପର କମ୍ପାନି ଉପରେ ସମାନ ୫.୬୧-୫.୬୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।

କମ୍ପାନି ସୂଚନା ଅନୁସାରେ ବିଏସଇ ଲି. ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲି. ନିଜ ପତ୍ର ମାଧ୍ୟମରେ କମ୍ପାନି ଉପରେ ୫,୬୧,୬୮୦ -୫,୬୧,୬୮୦ ଟଙ୍କା ଜରିମାନା ଲଗାଇଛି । ସେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ କମ୍ପାନି ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସେ ପୂର୍ବରୁ ହିଁ ଦୁଇ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛି । ଏହା ସାତ ସେପ୍ଟେମ୍ୱରରୁ ପ୍ରଭାବୀ ହୋଇଛି । ଏହାପରେ କମିଟି ଗଠନରେ ପରିବର୍ତ୍ତନ କରାଯାଇଛି । ଏହାସହ କମ୍ପାନି ସେବି ସୂଚୀବଦ୍ଧତା ବିନିୟମ ଅଧିନରେ ପ୍ରାବଧାନ ୧୭ (୧) ଓ ୧୯(୧)ର ପୂର୍ଣ୍ଣ ଅନୁପାଳନ କରୁଛି । ସେବି ସୂଚୀବଦ୍ଧତା ବିନିୟମ ପ୍ରାବଧାନ ୧୭ (୧) ଅନୁସାରେ ନିର୍ଦ୍ଦେଶକ ମଣ୍ଡଳରେ ପରିବର୍ତ୍ତନର ପ୍ରାବଧାନ ରହିଛି ।

ପଢନ୍ତୁ: ଆଦାନୀ ଗ୍ରୁପକୁ ବଡ଼ ଝଟକା; ୨୫ ହଜାର କୋଟିର ପ୍ରୋଜେକ୍ଟ ରଦ୍ଦ କଲେ ମମତା ସରକାର

ବିଏସଇ ଓ ଏନଏଇସି ପକ୍ଷରୁ ଆଦାନୀ ଗ୍ରୀନ୍ ଏନର୍ଜୀ ଉପରେ ଲାଗୁ କରାଯାଇଥିବା ଏହି ଜରିମାନାର ପ୍ରଭାବ କମ୍ପାନି ସେୟାର ଉପରେ ପଡ଼ିପାରେ । ଉଲ୍ଲେଖଯୋଗ୍ୟ ଯେ ବୁଧବାର ଆଦାନୀ ଗ୍ରୀନ୍ ଏନର୍ଜୀର ସେୟାର ୯୧୨ ଟଙ୍କା ସ୍ତରରେ ବନ୍ଦ ହୋଇଛି । ସେୟାରରେ ଆଜି ୧୪ ଅଙ୍କରୁ ଅଧିକ ହ୍ରାସ ରେକର୍ଡ ହୋଇଥିଲା । ଗତ ପାଞ୍ଚ ଦିନରୁ ସେୟାରରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.