ରାଜଧାନୀବାସୀଙ୍କୁ ଆଶ୍ବସ୍ତି; ଆଜିଠାରୁ ଦିଲ୍ଲୀ ରାଜପଥରେ ଗଡ଼ିବ ବିଏସ-୪ ଓ ବିଏସ-୩ ଗାଡ଼ି, ବାୟୁ ପ୍ରଦୁଷଣ ବୃଦ୍ଧି ପାଇଁ ଲାଗିଥିଲା କଟକଣା

Published By : Prameya-News7 Bureau | November 14, 2022 IST

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଆଜିଠୁ ମିଳିବ ଆଶ୍ବସ୍ତି । ରାଜଧାନୀର ରାଜପଥରେ ସୋମବାର ଠାରୁ ଗଡ଼ିବ ବିଏସ-୪ ଓ ବିଏସ-୩ ଗାଡ଼ି । ଦିଲ୍ଲୀ ଏନସିଆରରେ କିଛି ଦିନ ହେଲା ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଥିବାରୁ ନିୟମ କଡ଼ାକଡ଼ି କରାଯାଇଥିଲା । ବିଏସ-୪ ଡିଜେଲ ଓ ବିଏସ-୩ ପ୍ରେଟ୍ରୋଲ ଯାନବାହନ ଚଳାଚଳ ଉପରେ କଟକଣା ଲାଗିଥିଲା । ତେବେ ପ୍ରଦୁଷଣ ମାତ୍ରାରେ ସୁଧାର ଆସୁଥିବାରୁ ରାଜ୍ୟ ସରକାର ଏହି ନିୟମରେ ଆଜିଠାରୁ ହଟାଇବାକୁ ଯାଉଛନ୍ତି ।

ପଞ୍ଜାବ ଓ ହରିୟାଣାର କ୍ଷେତମାନଙ୍କରେ ନଡ଼ା ଜଳାଇବା ଯୋଗୁ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଉଥିଲା । ପ୍ରଦୁଷଣ ମାତ୍ରା ହ୍ରାସ କରିବାକୁ ପୂରୁଣା ଯାନବାହାନ ଚଳାଚଳ, କଳକାରଖାନା ଓ ଜେନେରେଟର ଚଳାଇବା ଉପରେ କଟକଣା ଲଗାଇଥିଲେ ଦିଲ୍ଲୀ ସରକାର । ବିଏସ-୪ ଡିଜେଲ ଓ ବିଏସ-୩ ପ୍ରେଟ୍ରୋଲ ଗାଡ଼ି ଚଳାଚଳ ଉପରେ  ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗିଥିଲା । ତେବେ ବାୟୁ ପ୍ରଦୁଷଣ ଗୁଣବତ୍ତାରେ ସୁଧାର ଆସୁଥିବାରୁ ଏହି ନିୟମକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ସୋମବାର ଠାରୁ ଦିଲ୍ଲୀରେ ପୁଣି ଥରେ ବିଏସ-୪ ଡିଜେଲ ଓ ବିଏସ-୩ ପେଟ୍ରୋଲ ଗାଡ଼ି ଚଳାଚଳା ଆରମ୍ଭ ହେବ ।

ଭାରତୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ, ରାଜଧାନୀରେ ବାୟୁ ପ୍ରଦୁଷଣ ଗୁଣବତ୍ତାରେ ସୁଧାର ଆସିଛି । ରବିବାର ପ୍ରଦୁଷଣ ସୂଚକାଙ୍କ ୨୯୫ ରେକର୍ଡ କରାଯାଇଛି । ଦିଲ୍ଲୀରେ ମୋଟ୍ ୩୭ ଟି ସୂଚକାଙ୍କ ଷ୍ଟେସନରୁ ୨୧ଟିରେ ପ୍ରଦୁଷଣ ଗୁଣବତ୍ତା ଭୟଙ୍କର ଥିଲା । ଏନଏସଆଈଟି ଦ୍ବାରିକାରେ ପ୍ରଦୁଷଣ ସୂଚକାଙ୍କ ୩୯୯ ରହିଥିଲା । ସେହିପରି ସାଦିପୁରରେ ୩୪୬, ଆନନ୍ଦବିହାରରେ ୩୪୨ ଓ ଜାହାଙ୍ଗିରପୁରରେ ୩୨୬ ପଏଣ୍ଟ ଗୁଣବତ୍ତା ରହିଥିଲା । ତେବେ ଦିଲ୍ଲୀ ସରକାର ବିଭିନ୍ନ ସୁରଧାମୂଳକ ପଦକ୍ଷେପ ପାଇଁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୁଷଣ ହ୍ରାସ ପାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.