ଗୁଦାରୀ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର, ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍

Published By : Prameya-News7 Bureau | January 18, 2023 IST

ଫୁଲବାଣୀ ୧୮/୦୧: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରୀ ଗାଁରେ ଅଭାବନୀୟ ଘଟଣା । ତଳ ପଟି ସାହି ନିକଟସ୍ଥ ଜଙ୍ଗଲ ମଧ୍ୟରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଗଳିତ ମୃତେଦହ ଉଦ୍ଧାର ହୋଇଛି ।

ଗ୍ରାମରକ୍ଷୀଙ୍କ କହିବା ମୁତାବକ ଖଜୁରୀପଡ଼ା ଥାନା ପୋଲିସ ଏବ୍ଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ମୃତଦେହ ଯାଞ୍ଚ କରିବା ସହିତ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ବୃଦ୍ଧଙ୍କ କିଭଳି ମୃତ୍ୟୁ କିଭଳି ହେଲା ନା ତାଙ୍କୁ କେହି ହତ୍ୟାକରୀ ଜଙ୍ଗଲରେ ଫୋପାଡ଼ି ଦେଇଛି ତାକୁ ନେଇ ଅନେକ ପ୍ରଶାନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.