୮ ଘଣ୍ଟା ପରେ ମିଳିଲା ବୃଦ୍ଧାଙ୍କ ପତ୍ତା, ପାହାଡ ଉପରୁ ଉଦ୍ଧାର ହେଲେ ୭୦ ବର୍ଷୀୟ ଚଞ୍ଚଳା

Published By : Prameya-News7 Bureau | January 07, 2023 IST

ସାନଖେମୁଣ୍ଡି ୦୭/୦୧: ଦୀର୍ଘ ୮ ଘଣ୍ଟା ପରେ ପାହାଡ଼ ଉପରୁ ଉଦ୍ଧାର ହେଲେ ବୃଦ୍ଧା । ନାଁ ତାଙ୍କର ଚଞ୍ଚଳା ଦଳେଇ, ବୟସ ପାଖାପାଖି ସତୁରୀ ହେବ ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ପଂଚାୟତ ଡମଣାପଦରରୁ ନଜର ଆସିଛି ଏହି ଘଟଣା ।

ସୂଚନା ଥାଉକି, ଗାଁରୁ ନିଖୋଜ ହୋଇଯିବା ପରେ ପରିବାର ଲୋକ ଖୋଜିଥିଲେ । ଏହି ଖବର ପାଖ ଗାଁ ଡମଣାପଦର ଲୋକ ମଧ୍ୟ ଶୁଣିଥିଲେ । ତେବେ ସନ୍ଧ୍ୟା ସମୟରେ ହଠାତ ଗାଁ ପାଖରେ ଥିବା ପାହାଡ଼ ଜୟଗୁମ୍ଫାରୁ ଚିତ୍କାର ଶୁଭିଥିଲା । ଏହାପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଖୋଜିବା ଆରମ୍ଭ ହୋଇଥିଲା ବୋଲି କହନ୍ତି ତାଙ୍କ ପୁଅ ଓ ସ୍ଥାନୀୟ ବାସିନ୍ଦା ।

ରାତିରେ ଚାରି ଯୁବକ ସାହସ ଜୁଟାଇ ଅନ୍ଧାର ରାତିରେ ପାହାଡ଼ ଉପରକୁ କିନ୍ତୁ ସେମାନେ ମଧ୍ୟ ଫସି ରହିଗଲେ । ଖବର ଦିଆଗଲା ଦମକଳ ବାହିନୀକୁ । ଏହାପରେ ଚିକିଟି ଦମକଳ ବାହିନୀ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ ଅନ୍ଧାର ରାତିରେ । ଖୋଜି ଖୋଜି ପାହାଡ଼ ଶିଖରକୁ ପହଞ୍ଚି ଉଦ୍ଧାର କରିଥିଲେ । ଦୌଡି ସାହାଯ୍ୟରେ ପାହାଡ଼ ଉପରୁ ଖସାଇ ଆଣିଥିଲେ ବହୁ ରାସ୍ତା ପର୍ଯ୍ୟନ୍ତ । ତାପରେ କାନ୍ଧରେ ଟେକି ଆଣିଥିଲେ କର୍ମଚାରୀ । ଏହି ଅନୁଭୂତି ଓ ଅପରେସନ ନୂଆ ବୋଲି କହିଛନ୍ତି ଓ ଅନୁଭୂତି କହିଛନ୍ତି ଦମକଳ କର୍ମଚାରୀ ।

ତେବେ ବୃଦ୍ଧା ଜଣକ ମଧ୍ୟ କେତେବେଳେ କଣ କହୁଛନ୍ତି ସେ ନି ଜେବି ଜାଣିପାରୁନାହାନ୍ତି ତେବେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବୃଦ୍ଧାଙ୍କ ଚାଲିବାକୁ ବଳ ନାହିଁ କିନ୍ତୁ ପାହାଡ଼ କିପରି ଚଢିଗଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.