ଦିଲ୍ଲୀରେ BRS ପାର୍ଟି କାର୍ଯ୍ୟାଳୟ ଉଦ୍‌ଘାଟିତ, ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସମେତ ଯୋଗ ଦେଲେ ଅଖିଳେଶ ଯାଦବ

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ ୧୪।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଜାତୀୟ ରାଜନୀତିରେ ଭୂମିକା ନିର୍ବାହ ଲାଗି ବୁଧବାର ନୂଆ ଦିଲ୍ଲୀରେ ତାଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ର କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଜେଡି(ଏସ୍) ନେତା ଏଚ.ଡି. କୁମାର ସ୍ୱାମୀ ଓ ଅନ୍ୟ ରାଜନୈତିକ ଦଳଙ୍କ ନେତାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେ.ଚନ୍ଦ୍ର ଶେଖର ରାଓଙ୍କ ଝିଅ ତଥା ଏମଏଲସି କେ.କବିତା ମଧ୍ୟ ଉପସ୍ଥିତ ଥିଲେ।

{"id":720962,"sizeSlug":"large","linkDestination":"none"}

ଆନୁଷ୍ଠାନିକ ପୂଜାପାଠ ସହ କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବିଆରଏସ୍ ପକ୍ଷରୁ ଏକ ଅଧିକାରୀକ ବୟାନ ଜାରି କରାଯାଇଥିବା ବେଳେ ଏଥିରେ କେ. ଚନ୍ଦ୍ରଶେଖର ରାଓ ପାର୍ଟି କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ସର୍ଦ୍ଦାର ପଟେଲ ମାର୍ଗସ୍ଥିତ କାର୍ଯ୍ୟାଳୟରେ ଔପଚାରିକ ରୂପେ ଦଳର ଅଧ୍ୟକ୍ଷ ପଦ ଦାୟିତ୍ୱ ନେବେ। ବିଆରଏସ୍ ସାଂସଦ ରଞ୍ଜିତ ରେଡ୍ଡୀ ଜାତୀୟ ରାଜଧାନୀରେ ପାର୍ଟି କାର୍ଯ୍ୟାଳୟ ଉନ୍ମୋଚନ ସହ ଏକ ଜାତୀୟ ଦଳ ରୂପେ କାର୍ଯ୍ୟ କରିବା ଆରମ୍ଭ କରିଥିବା କହିଛନ୍ତି।

{"id":720963,"sizeSlug":"large","linkDestination":"none"}

କେ.ଚନ୍ଦ୍ରଶେଖର ରାଓ ପୃଥକ ତେଲେଙ୍ଗାନା ରାଜ୍ୟ ନିମନ୍ତେ ଏପ୍ରିଲ ୨୦୦୧ରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଗଠନ କରିଥିଲେ। ତାଙ୍କ ପାର୍ଟି ନିର୍ବାଚନ ଜିତି ସରକାର ଗଢିଥିବାବେଳେ କେ.ସି.ଆର. ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଟିଆରଏସ ଗଠନର ୨୧ ବର୍ଷ ପରେ ପାର୍ଟି ଅଧିକାରୀକ ଭାବେ ନାମ ବଦଳାଇ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.