ମାଛ ମାର୍କେଟ୍‌ରେ ପୋଲିସ୍‌ର ଚଢ଼ାଉ, ୧୬ ଲକ୍ଷର ବ୍ରାଉନସୁଗାର ଜବତ

Published By : Prameya-News7 Bureau | December 13, 2022 IST

ଚଣ୍ଡିଖୋଲ, ୧୩/୧୨: ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସକୁ ସଫଳତା । ଚଣ୍ଡିଖୋଲ ଛକରୁ ୧୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ୍‌ । ଏଥିସହ କାରବାରରେ ଜଡ଼ିତ ଥିବା ଦୁଇଜଣଙ୍କୁ ଗିରଫ କରିଛି । ଗତ ଦୁଇଦିନ ତଳେ ବଡ଼ଚଣା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଣ୍ଡିଖୋଲ ମାଛ ମାର୍କେଟରେ ଚଢାଉ କରିଥିଲା । ସେଠାରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇଟି ମୋବାଇଲ୍, ନଗଦ ୧୬ ହଜାର ପାଞ୍ଚଶହ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଜବତ ବ୍ରାଉନ ସୁଗାରର ବଜାର ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍‌ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.