୨୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
9/02/2023 at 2:40 PM

ଖୋର୍ଦ୍ଧା ୦୯/୦୨: ଦିନକୁ ଦିନ ଜଟଣୀ ଅଞ୍ଚଳରେ ବିଢିବାରେ ଲାଗିଛି ନିଶା କାରବାର । ଏହି ପରିପ୍ରେକ୍ଷୀରେ ଧରାପଡୁଛନ୍ତି ଧଳଜହର ବ୍ୟବସାୟୀ । ଜଟଣୀ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢାଉ । ଗୁରୁବାର ଖୁଦୁପୁର ଅଞ୍ଚଳରେ ଚଢ଼ାଉ କରି ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟିମ୍ ।
ଏଥି ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସୂଚନା ଥାଉକି, ଜଟଣୀ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଗୀତାଞ୍ଜଳି ବେହେରା କୌଣସି ସୂତ୍ର ଖୁଦୁପୁର ଅଞ୍ଚଳରେ ଚଢାଉ କରିଥିଲେ । ତେବେ ଅଭିଯୁକ୍ତ ଚିନ୍ମୟ ସାମନ୍ତରାୟ ବ୍ରାଉନସୁଗାର ନେଇ ବ୍ୟବସାୟୀକୁ ଦେବାକୁ ଅପେକ୍ଷା କରିଥିବା ବେଳେ ହଠାତ ଚଢ଼ାଉ କରି ଚିନ୍ମୟକୁ ମାଡ଼ି ବସିଥିଲା ପୋଲିସ ।
ଅଭିଯୁକ୍ତ ଚିନ୍ମୟ ନିକଟରୁ ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ NDPS ଆକ୍ଟରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।