scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୩ ଗିରଫ: ବାଇକ୍‌ରେ ବିକ୍ରି ହେଉଥିଲା ଧଳାଜହର

21/08/2023 at 1:02 PM

ନୟାଗଡ ୨୧/୦୮: ୧୨ ଗ୍ରାମ୍ ବ୍ରାଉନସୁଗାର ଜବତ , ୩ ଗିରଫ । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବାଇକ୍ ମଧ୍ୟ ଜବତ କରିଛି ଇଟାମାଟି ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି ।

ବିଶେଷସୂତ୍ରରୁ ଖବରପାଇ ରବିବାର ସନ୍ଧ୍ୟାରେ ଇଟାମାଟି ପୋଲିସ ପ୍ରତାପପ୍ରସାଦ ନିକଟ ଭୈରବୀ ମନ୍ଦିର ପାଖରେ ଅଭିଯୁକ୍ତମାନେ ବୁଲୁଥିବା ସମୟରେ ସେମାନଙ୍କୁ ଖାନତଲାସି କରିବାପରେ ବ୍ରାଉନସୁଗାର ମିଳିଥିଲା । ଅଭିଯୁକ୍ତମାନେ ନୟାଗଡ ଟାଉନଥାନା ଦୁର୍ଗାପ୍ରସାଦ ଗାଁର ରମେଶ ଜେନା , ରବି ପ୍ରଧାନ ଏବଂ ଟୁକୁନା ରାଉତ ।

ଅଭିଯୁକ୍ତମାନେ ବାଇକରେ ଯାଇ ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଇଟାମାଟି ଥାନାଅଧିକାରୀ ଦିଲ୍ଲୀପ ସ୍ୱାଇଁ ସୂଚନା ଦେଇଛନ୍ତି ।

   Related Posts