୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
20/01/2023 at 3:24 PM

ଖୋର୍ଦ୍ଧା ୨୦/୦୧: ଖୋର୍ଦ୍ଧା ଗଡ ହଳଦିଆ ନିକଟରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସର ଚଢାଉ । ୪୦୦ ଗ୍ରାମର ବ୍ରାଉନସୁଗାର ଜବତ । ଏହାସହ ନଗଦ ୨୬ ହଜାର ୨ଶହ ଟଙ୍କା ସହ ବୋଲେରୋ ଗାଡି ଜବତ ହୋଇଛି । ଆହୁରି ମଧ୍ୟ ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି ।
ବିହାରରୁ ଖୋର୍ଦ୍ଧା ଅଭିମୁଖେ ବ୍ରାଉନସୁଗାର ଚୋରାଚାଲାଣ ହେଉଥିଲା ଧଳାଜହର । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା । ଗିରଫ ବ୍ରାଉନସୁଗାର ବେପାରୀ ଖୋର୍ଦ୍ଧାର ସନ୍ଦିପ ମହାନ୍ତି ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଗଣେଶ୍ଵର ବେହେରା । ଏହି କାରବାରରେ ସଂପୃକ୍ତ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଅନ୍ୟ ଜଣେ ଅଭିଯୁକ୍ତ ଚଣ୍ଡି ଦାସ କୁ ଗିରଫ କରିବା ନେଇ ପୋଲିସ ଜାଲ ବିଛାଇଛି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023