ଧରାପଡ଼ିଲା କୁକ୍ଷାତ ଧଳାଜହର ବେପାରୀ; ଅଭିଯୁକ୍ତକୁ କାବୁକଲା ସ୍ୱତ୍ୱନ୍ତ୍ର ପୋଲିସ ଟିମ୍‌

Published By : Prameya-News7 Bureau | January 21, 2023 IST

ଢେଙ୍କାନାଳ ୨୧/୦୧: ବୁଲେଟ ଗାଡ଼ିରେ ବୁଲି ବୁଲି ବ୍ରାଉନସୁଗାର ବିକଛଥିଲା ଅଭିଯୁକ୍ତ। ଗ୍ରାହକ ମାନେ ମଧ୍ୟ ବେପାରୀ ଠାରୁ ଲୁଚା ଛପା କିଣୁଥିଲେ ଧଳା ଜହର। ଏପରି ଭାବେ ଭାବେ  ପୋଲିସ ହାବୁଡରେ ପଡ଼ିଗଲେ ଧଳାଜହର ବେପାରୀ। ଗ୍ରାହକ ସାଜି ମାଡ଼ି ବସିଲା  ପୋଲିସ। ଅଭିଯୁକ୍ତର ପରିଚୟ ରଞ୍ଜନ ବେହେରା। ସେ ଏପରି ଏକ ଅପରାଧିକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। କାମାକ୍ଷାନଗର ବଜାରର ମୁଣ୍ଡି ଦେଉଳି ଅଞ୍ଚଳ ବାସିନ୍ଦା। ଅଭିଯୁକ୍ତଠାରୁ ୨୪ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ ଜବତ ହୋଇଛି।  

{"id":736023,"sizeSlug":"full","linkDestination":"none"}

ଖବର ଅନୁସାରେ, କାମାକ୍ଷାନଗରରେ ଏବେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ରଞ୍ଜନ ବହୁ ଚାଲାକିର ସହ ଏହି ବ୍ରାଉନସୁଗାର ବେପାର କରି ବାରମ୍ୱାର ପୋଲିସକୁ ଚକମାଦେଇ ଖସି ଯାଉଥିଲା।  ଫଳରେ ତାକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା। ଏପରିକି ପୋଲିସ ଗ୍ରାହକ ସାଜି ବ୍ରାଉନ ସୁଗାର କିଣିବା ପାଇଁ ରଞ୍ଜନକୁ ଜଣାଇଥିାଲା। ଫଳରେ ରଞ୍ଜନ କାମାକ୍ଷାନଗର ବାଇପାସରେ ବୁଲେଟସହିତ ବ୍ରାଉନ ସୁଗାର ଧରି ଛିଡ଼ା ହୋଇଥିଲେ। ଏହି ସମୟରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ତାକୁ କାବୁ କରିଥିଲେ।

{"id":736024,"sizeSlug":"full","linkDestination":"none"}

ତା ଠାରୁ ପୁଲିସ ୨୪ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନ ସୁଗାର, ବ୍ରାଉନ ସୁଗାର ବ୍ୟବହାର ପାଇଁ ପେପର, ୩ହଜାର ୫ଶହ ଟଙ୍କା, ସ୍ମାର୍ଟ ଫୋନ  ଓ ବୁଲେଟ ଜବତ କରିଛି। ସୂଚନା ଥାଉକି କିଛି ମାସ ପୂର୍ବେ ରଞ୍ଜନଭଙ୍କ ମା ବ୍ରାଉନ ସୁଗାର ବେପାର କରିବା ଅଭିଯୋଗରେ ଗିରଫ ହୋଇଥିଲେ ବୋଲି ଢେଙ୍କାନାଳ ଏସଡିପିଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.