ପୂଜା ପୂର୍ବରୁ ଅବକାରୀ ଟିମ୍‌କୁ ସଫଳତା, ୮୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

Published By : Prameya-News7 Bureau | October 01, 2022 IST

ଭୁବନେଶ୍ୱର ୦୧/୧୦: ଦୁର୍ଗା ପୂଜା ପୂର୍ବରୁ ମହିଳା ବ୍ରାଉନ ସୁଗର ବେପାରୀକୁ କାବୁ କଲା ଅବକାରୀ ଟିମ୍ । କାରଗିଲ ବସ୍ତିରୁ ମହିଳା ବେପାରୀ କାମିନୀ ପ୍ରଧାନକୁ ଗିରଫ ସହ ୮୫ ଗ୍ରାମ ଧଳା ଜହର ଜବତ କରିଛି ଅବକାରୀ ଟିମ୍ । ୩୬ ବର୍ଷୀୟା ମହିଳା କାମିନୀର କାରଗିଲ ବସ୍ତିରେ ବ୍ରାଉନ ସୁଗାର ବିକ୍ରୀ କରୁଥିବା ନେଇ ଖବର ପାଇଥିଲା ଅବକାରୀ ଟିମ୍ । ୮୫ ଗ୍ରାମ ବ୍ରାଉନ ସୁଗାରର ମୂଲ୍ୟ ୮ ଲକ୍ଷ ରୁ ଅଧିକ ଟଙ୍କା ହେବ ।

ଗତ କିଛିଦିନ ହେବ ରାଜଧାନୀରେ ବେଧଡକ ବଢିଚାଲିଛି ଧଳାଜହର କାରବାର । ବିଶେଷ କରି ବସ୍ତି ଅଞ୍ଚଳରେ ବଢିଛି ଏହି ବ୍ୟବସାୟ । ତେବେ ପୋଲିସ ଏଥିରେ ରୋକ୍ ଲଗାଇବାକୁ ଅନେକ ପ୍ରଚେଷ୍ଟା ଚଳାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.