ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 16, 2023 IST

ଯାଜପୁର ୧୬।୧୧: ଯାଜପୁରରୁ ବ୍ରାଉନସୁଗାର ଜବତ ହୋଇଛି । ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଯାଜପୁର ପ୍ରଶାସନିକ ଭବନ ନିକଟରେ ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ୨୫.୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ । ସମସ୍ତ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ବହୁ ଦିନ ଧରି ଏହି ଅଭିଯୁକ୍ତ ଯୁବକମାନେ କାରବାର କରିଆସୁଥିଲେ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।

You Can Read:

wp:embed {"url":"https://www.prameyanews7.com/bodies-of-unidentified-youths-found-on-railway-tracks-in-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bodies-of-unidentified-youths-found-on-railway-tracks-in-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.