scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧଳାଜହର ହବ୍ ପାଲଟିଛି ଶ୍ରୀକ୍ଷେତ୍ର, ଦ୍ୱିନ ଦ୍ୱିପ୍ରହରରେ ବେଧଡକ ବିକ୍ରି ହେଉଛି ବ୍ରାଉନସୁଗର

20/07/2022 at 10:01 AM

ପୁରୀ ୨୦/୦୭: ଧଳାଜହର ବ୍ୟବସାୟୀଙ୍କ ହବ୍ ପାଲଟିଛି ଶ୍ରୀକ୍ଷେତ୍ର। ଦିନ ଦ୍ବିପ୍ରହରରେ ବିକ୍ରି ହେଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ପୁରୀ ବାସେଳୀ ସାହି ଥାନା ମିଶ୍ର ନୋଳିଆ ସାହିରେ କିଛି ଅସାଧୁ ବ୍ୟକ୍ତି ନିଜ ଘରେ ଏହି ବ୍ୟବସାୟ କରୁଛନ୍ତି ।

ପ୍ରତିଦିନ ସେଠାରେ ନିଶାଡିଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ନିଶାଡି ମାନେ ହାତରେ ପୁଳା ପୁଳା ଟଙ୍କା ଧରି ଘର ଭିତରକୁ ବଢାଉଛନ୍ତି । ଏହା ପରେ ଘର ଭିତରୁ ଏକ ପୁଡିଆରେ ଧଳାଜହର ମିଳିଯାଉଛି। ପୁଡିଆ ମିଳିବା ପରେ ନିଶାଡୀ ମାନେ ବାଇକରେ ବସି ପଳାଉଛନ୍ତି। ଯାହାର ଭିଜୁଆଲ ନ୍ୟୁଜ ସେଭେନ ହାତରେ ଲାଗିଛି ।

ମିଶ୍ର ନୋଳିଆ ସାହିରେ ଏଭଳି ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରି ହେଉଛି । ଆଉ ନିଶା ଖାଇ ବିଭିନ୍ନ ଅପରାଧ ଘଟାଉଛନ୍ତି । କିନ୍ତୁ ସବୁ ଜାଣି ପୋଲିସ କାହିଁକି ଚୁପ୍ ବସିଛି । ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

   Related Posts