ଖଣ୍ଡଗିରି ଅଂଚଳରୁ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ; ୨ ଗିରଫ

Published By : Prameya-News7 Bureau | August 31, 2018 IST

ଭୁବନେଶ୍ୱର ୩୧/୮ : ଅଭିନବ ଉପାୟରେ ବ୍ରାଉନ ସୁଗାର କାରବାର କରୁଥିବା ୨ ଜଣଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି | ସେମାନଙ୍କ ଠାରୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ପଲସର ମାତ୍ର ସାଇକଲ ଜବତ କରିଛି | ଗିରଫ ହୋଇଥିବା ୨ ଜଣ ହେଲେ ରାମ କୁମାର ଗିରି ଓ ଜ୍ୟୋତିର୍ମୟ ପଣ୍ଡା | ଏମାନେ ବାଲେଶ୍ୱରର ବୋଲି ଜଣାପଡିଛି | ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ | ସାର୍ଟର ବୋତାମ କାଚ ଭିତରେ ବ୍ରାଉନ ସୁଗାର ଲୁଚାଇ ଏମାନେ କାରବାର କରୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.