ବାଲିପାଟଣା: ବାଲିପାଟଣା ଅଠାନ୍ତର ଗ୍ରାମରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏହା ସହ ବ୍ରାଉନ୍ ସୁଗାର ବେପାରୀକୁ ଗିରଫ କରିଛି ପୋଲିସ୍ । ଅଠାନ୍ତର ଦଳିତ ସାହିର ସରୋଜ ବ୍ରାଉନ୍ ସୁଗାର ବେପାର କରୁଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ | ଗ୍ରାହକ ବେଶରେ ପୋଲିସ ଯାଇ ସରୋଜଠାରୁ ବ୍ରାଉନ ସୁଗାର କିଣିଥିଲା । ଏତିକି ବେଳେ ପୋଲିସର ଏକ ଟିମ୍ ସରୋଜକୁ ମାଡି ବସିଥିଲା । ସରୋଜ ନିକଟରୁ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ ମଧ୍ୟ ହୋଇଥିଲା । ସରୋଜ ବ୍ରାଉନ ସୁଗାରକୁ ପୁଡ଼ିଆ କରି ବିକ୍ରି କରେ । ବ୍ରାଉନ ସୁଗାର ବେପାରରେ ବ୍ୟବହୃତ ଏକ ବାଇକ ଏବଂ ନଗତ ୧୬ ଶହ ଟଙ୍କା ସମେତ ମୋବାଇଲ ଜବତ କରିଛି ପୋଲିସ ।
ନୋଟିସ୍ ର ଲମ୍ବାଚୌଡା ଜବାବ ଦେଇଛନ୍ତି ଅନିଲ ଭିଜ୍, ଜା...
