ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

୮ ଗ୍ରାମ ବ୍ରାଉନସୁଗାର ଜବତ : ଖସିଗଲେ ୨, ଧରାପଡିଲେ ୩ ଯୁବକ

1/10/2021 at 12:41 PM

ଯାଜପୁର ରୋଡ୍ ୧।୧୦: ଯାଜପୁର ଜିଲ୍ଲା ପାଣିକୋଇଲି ଛକରୁ ବ୍ରାଉନସୁଗାର ଜବତ । ଗୁରୁବାର ବିଳମ୍ବିତ ରାତିରେ ଚଢ଼ାଉ କରି ୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ପାଣିକୋଇଲି ଛକରେ ଥିବା ଏକ ଲୁଗାଦୋକାନ ସମ୍ମୁଖରେ ଏକ କାରରେ କିଛି ଯୁବକ ବସି ରହିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା।  ପରେ ପୋଲିସ ସେଠାରେ ହଠାତ ଚଢ଼ାଉ କରିଥିଲା। ତେବେ ପୋଲିସର ଚଢ଼ାଉ ସମୟରେ ଅନ୍ଧାରର ସୁଯୋଗ ନେଇ ୨ ଜଣ ଯୁବକ ସେଠାରୁ ଖସି ଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ପୋଲିସ କାବୁ କରିଥିଲା । ସେମାନଙ୍କ ନିକଟରୁ ୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ପରେ ପୋଲିସ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ବାଲେଶ୍ଵର ଅଞ୍ଚଳର ସୁଦର୍ଶନ ଜେନା, ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବିକାଶ ସାମଲ ଓ ସୁବାସ ସାମଲ ବୋଲି ଜଣାପଡିଛି।

   Related Posts