ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ, ଦମ୍ପତ୍ତି ଅଟକ

Published By : Prameya-News7 Bureau | February 24, 2024 IST

ଝାରସୁଗୁଡ଼ା ୨୪।୦୨ : ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ । ଝାରସୁଗୁଡ଼ା ତେଲିଭଟାରୁ ବିପୁଳ ପରିମାଣର ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହ ଘଟଣାରେ ଦୁଇ ଜଣଙ୍କ ଅଟକ ରଖିଛି ପୋଲିସ । ଉଭୟଙ୍କ ଅଟକ ରଖି ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଝାରସୁଗୁଡ଼ା ତେଲିଭଟାରେ ଚଢାଉ କରିଥିଲା ସଦର ଥାନା ପୋଲିସ । ଏହି ଚଢାଉରେ ପୋଲିସ ଦୁଇ ଜଣଙ୍କ ଅଟକ ରଖିଛି । ତେବେ ଅଟକ ଥିବା ଦୁଇ ଜଣ ସଂପର୍କରେ ସ୍ୱାମୀ-ସ୍ତ୍ରୀ ବୋଲି ସୂଚନା ରହିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ତେବେ ଏହି ବ୍ରାଉନସୁଗାର କାରବାରରେ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସକୁ ସ୍ପଷ୍ଟ ସୂଚନା ମିଳିନାହିଁ । ପରେ ପୋଲିସ ପ୍ରେସମିଟ୍‌ ଜରିଆରେ ବ୍ରାଉନ୍‌ସୁଗାର ଜବତ ନେଇ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ମିଳିଛି ।

wp:embed {"url":"https://www.prameyanews7.com/rajesh-patil-is-new-bmc-commisioner/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajesh-patil-is-new-bmc-commisioner/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.