Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବନସରା ଛକରୁ ୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

31/08/2022 at 9:20 AM

ପୁରୀ ୩୧/୦୮: ପୁରୀ ଜିଲ୍ଲା ପିପିଲି ଥାନା ଅଧିନ ବନସରା ଛକରୁ ୫ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ । ଅବକାରୀ ଥାନା ଦ୍ୱାରା ଜଣେ ମହିଳା ଗିରଫ । ଗିରଫ ମହିଳା ଅଭିଯୁକ୍ତ ହେଉଛନ୍ତି ୬୫ ବର୍ଷୀୟ ସୁଲୋଚନା ପଲେଇ ।

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଓ ଜଟଣୀ ରାସ୍ତାରେ ଥିବା ବନସରା ଛକରେ ଚଢ଼ାଉ କରି ଅଭିଯୁକ୍ତ ସୁଲୋଚନାକୁ ଗିରଫ କରିଥିଲେ ।

ସୁଲୋଚନା ଠାରୁ ଅବକାରୀ ବିଭାଗ ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ। ପିପିଲି ଅବକାରୀ ଥାନା ଅଭିଯୁକ୍ତ ମହିଳା ବିରୋଧରେ କେସ୍ ରୁଜୁ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ କାରଗାରକୁ ପଠାଯାଇଛି ।

ଏହି ଚଢ଼ାଉରେ ଅବକାରୀ ASI ସନ୍ତୋଷ ନାଏକ ଏବଂ କର୍ମଚାରୀ ତପନ ପ୍ରଧାନ, ଦୀନବନ୍ଧୁ ବାରିକ, ସବିତା ସାହୁ, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ  ସାମିଲ ଥିଲେ।

   Related Posts