ଜଳେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ:ବେପାରୀ ଗିରଫ
22/01/2019 at 9:09 AM

ବାଲେଶ୍ବର ୨୨/୧: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅବକାରୀ ବିଭାଗ ପକ୍ଷରୁ ଏସପି ବିବେକାନନ୍ଦ ନାୟକଙ୍କ ନିର୍ଦେଶ କ୍ରମେ ଜଳେଶ୍ବର ଓଆଇସି ହରପ୍ରସାଦ ରଣା ସଦଳବଳେ ଝାଡେଶ୍ବରପୁର ବସ୍ତି ଅଞ୍ଚଳରେ ଚଢ଼ାଉ କରି ୨୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହିତ ଜଣେ ପଶ୍ଚିମ ବଙ୍ଗ ବେପାରୀକୁ ଗିରଫ କରିଛି ।ଗିରଫ ଜଣକ ହେଲେ ଅନୀଲ ଖଟିକ।ତାଙ୍କ ଘର ପଶ୍ଚିମବଙ୍ଗ ଖଡ଼ଗପୁରର ଗୋଲବଜାର ଅଞ୍ଚଳର ବୋଲି ଜଣାପଡିଛି ।ଜବତ ୨୩ ଗ୍ରାମ୍ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023