ବ୍ରାଉନ ସୁଗାର ଆଡ୍ଡା ଉପରେ ପୋଲିସର ଚଢ଼ାଉ, ମାରୁତି କାର ସହ ଧଳାଜହର ଜବତ

Published By : Prameya-News7 Bureau | June 10, 2022 IST

ଢେଙ୍କାନାଳ ୧୦/୦୬: ଢେଙ୍କାନାଳ ସହରର ରାମେଶ୍ୱରପୁର ରେଳ ଧାରଣା ନିକଟରେ ଏକ ବ୍ରାଉନ ସୁଗାର ଆଡ୍ଡା ଉପରେ ଗତ ରାତିରେ ଟାଉନ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ବ୍ରାଉନ ସୁଗାର କାରବାର କରିଥିବା ୩ଜଣଙ୍କୁ ଗିରଫ କରିଛି ପୁଲିସ ।

ତାଙ୍କ ଠାରୁ ଏକ ମାରୁତି କାର ସହ ୧୬.୭ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏହା ସହ ଏକ ମାରୁତି ୮୦୦ କାର, ୪୦ ହଜାର ୮ଶହ ଟଙ୍କା, ୫ଟି ମୋବାଇଲ ଓ ସେମାନେ ପିନ୍ଧିଥିବା ସୁନା ଚେନ, ବ୍ରେସଲେଟ ଓ ଗୋଟିଏ ମୁଦିକୁ ମଦ୍ୟ ଜବତ କରିଛି ପୋଲିସ ।

ଗିରଫ ତିନିଜଣ ହେଲେ ଢେଙ୍କାନାଳ ସହର ବାଜିଚୌକ ଜୟଗୋପାଳ ସାହିର ରାହୁଲ ରାଉତ, ରଗଡି ସାହିର ଗଣେଶ ନାଥ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ସୌମ୍ୟରଂଜନ ଦାସ ବୋଲି ଜଣାପଡିଛି । ପୋଲିସ ଏମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.