୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଅଟକ

Published By : Prameya-News7 Bureau | October 01, 2021 IST

ଜଳେଶ୍ୱର, ୦୧।୧୦ :  ଜଳେଶ୍ୱରରୁ ପୁଣି ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର  ଧଳା ଜହର ଜବତ । ଏହାସହ ତିନି ବ୍ରାଉନ ସୁଗାର ବେପାରୀ ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ ୪ଜଣଙ୍କ ମଧ୍ୟରୁ ୩ ଜଣ ଭାଇ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇଆଇସି   ପ୍ରେମପ୍ରଜ୍ଞା ମହାନ୍ତି କୌଣସି ସୂତ୍ରରୁ ଖବର ପାଇ ଗୁରୁବାର  ରାତି ୮ଟାରେ ଝାଡ଼େଶ୍ୱରପୁର ବସ୍ତି ଅଞ୍ଚଳରେ ଚଢଉ କରିଥିଲେ । ଏଠାରେ ଥିବା ସେକ ଶନିଆଙ୍କ ଘରେ ଚଢ଼ଉ କରି ଘରୁ ଭିତରୁ ପାଖାପାଖି  ୨୦୦ଗ୍ରାମରୁ ଅଧିକ ପରିମାଣର ବ୍ରାଉନ ସୁଗାର ଜବତ କରିଥିଲେ ।

ଘଟଣାରେ ସେକ ଶନିଆର  ତିନି ପୁଅକୁ  ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ୱର ପୋଲିସ ! ସେମାନେ ହେଲେ ସେକ ଶନିଆର ପୁଅ  ସେକ ବେଲାଲ , ସେକ ନିୟାଜ , ସେକ ମନ୍ନି  । ସେହିପରି ଜଳେଶ୍ୱର ଅବକାରୀ ବିଭାଗ  ଗୁରୁବାର ଝାଡ଼େଶ୍ୱର ପୁର ବସ୍ତିଅଞ୍ଚଳ ମୁଖ୍ୟ ରାସ୍ତା ଉପରେ ପାଟ୍ରୋଲିଂ କରୁଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ଅନିଲ କୁମାର ମହାନ୍ତି ନାମକ ଏକ ଯୁବକ ସନ୍ଦେହ ଜନକ ଭାବରେ ଯାଉଥିଲେ । ତାଙ୍କ ପାଖରୁ ୨୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଗିରଫ କରାଯାଇଥିଲା ।

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ତେବେ ଜଳେଶ୍ୱର ସହର ବ୍ରାଉନ ସୁଗାରର ହବ୍ ପାଲଟି ଥିବାରୁ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.