ଭିଣୋଇ ମୁଣ୍ଡରେ ବନ୍ଧୁକ ଲଗାଇ ଶଳା ଗିରଫ, କାର୍‌ ଲୁଟିବାକୁ କରିଥିଲା ଷଡ଼ଯନ୍ତ୍ର

Published By : Prameya-News7 Bureau | November 17, 2023 IST

ଭୁବନେଶ୍ବର: ଲୁଟ୍‌ ପାଇଁ ଭିଣୋଇ ମୁଣ୍ଡରେ ବନ୍ଧୁକ ଲଗାଇଲା ଶାଳକ। ଟଙ୍କା ନଦେବାରୁ ଭିଣୋଇ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡକୁ ମଧ୍ୟ ବନ୍ଧୁକ ଦେଖାଇ ଧମକାଇ ପାର୍କିଂରେ ରଖାଯାଇଥିବା କାର୍‌ ନେଇ ହୋଇଗଲା ଫେରାର। ଘଟଣା ଘଟିଛି ଭୁବନେଶ୍ବର ଏୟାରପୋର୍ଟ ଅଞ୍ଚଳରେ। ଅଭିଯୁକ୍ତ ଯୁବକର ନାଁ ରୁଦ୍ର ପ୍ରସାଦ ମହାନ୍ତି।

ରୁଦ୍ର ନିଜ ଭିଣୋଇକୁ ୫୦ ହଜାର ଟଙ୍କା ବଟି ମାଗିଥିଲା। ହେଲେ ତାଙ୍କୁ ଟଙ୍କା ନଦେବାକୁ ମନା କରିବାରୁ ସେ ଏକ ନକଲି ବନ୍ଧୁକ ଦେଖାଇ ଡରାଇଥିଲେ। ହେଲେ ତଥାପି ଟଙ୍କା ଦେଇଥିଲେ ରୁଦ୍ରଙ୍କ ଭିଣୋଇ। ଆଉ ଏହା ପରେ ଆପର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଡରାଇ ପାର୍କିଂରୁ ଗାଡ଼ି ନେଇ ଫେରାର ହୋଇଯାଇଥିଲା। ତେବେ ସଙ୍ଗେ ସଙ୍ଗେ ୧୧୨କୁ ଫୋନ କରି ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଅଧ୍ୟାପିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ, ଗର୍ଭପାତ ଅଭିଯୋଗରେ ବନ୍ଧାହେଲେ SOG ହାବିଲଦାର

ଏହାପରେ ରୁଦ୍ରକୁ ଧରିବା ପାଇଁ ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇଥିଲା ଏବଂ ପୁରୀ ରାସ୍ତାରେ ଯାଉଥିବା ବେଳେ ପିପିଲି ଟୋଲଗେଟ ପାଖରୁ ଧରିଥିଲା ପୋଲିସ । ଅପରାଧ ଘଟାଇବାକୁ ରୁଦ୍ର ବ୍ୟବହାର କରିଥିବା ନକଲି ବନ୍ଧୁକ ସହ କାରକୁ ଜବତ କରାଯାଇଛି। ପୁର୍ବରୁ ମଧ୍ୟ ଗଞାମ ଜିଲ୍ଲାରେ ଅପରାଧ କରି ରୁଦ୍ର ଜେଲରେ ରହି କିଛିଦିନ ପୁର୍ବରୁ ବାହାରିଥିବା ଏୟାରଫିଲ୍ଡ ଥାନା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.