Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଉଣୀ ଘରେ ପହଞ୍ଚି ପାରିଲାନି ଭାଇ, ଦୁର୍ଘଟଣାରେ ଚାଲିଗଲା ଜୀବନ

23/08/2021 at 7:36 PM

ତେଲକୋଇ ୨୩/୦୮:  ଭଉଣୀ ଘରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ଶାଳ ଗଛରେ ଅଟୋ ପିଟି ହେବାରୁ ସେଥିରେ ଥିବା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗାଁ ଲାଠିଗୁଡା ପୋଲ ନିକଟରେ ଥିବା ଏକ ଶାଳ ଗଛରେ ଅଟୋଟି ପିଟି ହୋଇଥିଲା । ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଅଟୋଟିକୁ ନେଇ ପଣ୍ଡାପଡାପୁର ଥାନା ତେନ୍ତେଳାପଶି ଗାଁରୁ ତେଲକୋଇ ଥାନା ଆକୁଳ ପଞ୍ଚାୟତର ମଲଣ୍ଡା ଗାଁର ନିଜ ଭଉଣୀ ଘରକୁ ଯାଉଥିଲେ ପରି ନାୟକ। କିନ୍ତୁ ଅଟୋଟି ଭାରସାମ୍ୟ ହରାଇ ଗାଁ ଲାଠିଗୁଡା ପୋଲ ନିକଟରେ ଥିବା ଏକ ଶାଳ ଗଛରେ ପିଟି ହୋଇଥିଲା।  ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପରି ନାୟକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତେଲକୋଇ ମେଡିକାଲକୁ ଆଣିଥିବା ସୂଚନା ମିଳିଛି ।

   Related Posts