ଭାଇ-ଭଉଣୀ କରୁଥିଲେ ବ୍ରାଉନସୁଗାର କାରବାର, ମାଡିବସିଲା ଅବକାରୀ ବିଭାଗ
26/09/2023 at 4:21 PM

ଭଦ୍ରକ ୨୬/୦୯: ବ୍ରାଉନସୁଗାର ଚାଲାଣ କରୁଥିଲେ ଭାଇ ଓ ଭଉଣୀ । ମାଡି ବସିଲା ଅବକାରୀ ବିଭାଗ । ଭଦ୍ରକ ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା ।
ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ରବି ବେହେରାଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ବ୍ରାଉନସୁଗାର ନେଇ ଖବର ମିଳିଥିଲା । ସ୍କୁଟିରୁ ୭୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଓ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଛି ।
ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଗିରଫ ଦୁଇଜଣ ଭାଇ ଓ ଭଉଣୀ ବୋଲି ସୂଚନା ମିଳିଛି । ଉକ୍ତ ଚଢ଼ାଉରେ ଏସ୍.ଆଇ ସନ୍ଦୀପ ପାଢ଼ୀ, ଏ.ଏସ୍.ଆଇ ପ୍ରହଲ୍ଲାଦ ସାମଲ, ଦୀପକ କୁମାର ରାଉତ ସାମିଲ ଥିଲେ । ଏନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ରୁଜ୍ଜୁ କରାଯାଇଛି ।
You can also read….