ଭଉଣୀ ମାଗିଥିଲା ଟଙ୍କା, ଭାଇ ପଠାଇଲା ବିଷ: ଦୁଃଖରେ ନିଜ ସ୍ବାମୀ ଓ ଝିଅଙ୍କ ସହ ଆତ୍ମହତ୍ୟା କଲେ ମହିଳା

Published By : Prameya-News7 Bureau | December 23, 2020 IST

ଗୁରୁଦାସପୁର ୨୩/୧୨: ଏମିତି ଭାଇ କାହାକୁ ନମିଳୁ ! ଭଉଣୀଟିଏ ଭାଇ ହାତରେ ରାଖି ବାନ୍ଧି ନିଜର ସୁରକ୍ଷା ଭିକ୍ଷା କରେ। କିନ୍ତୁ ସେହି ଭାଇ ସୁରକ୍ଷା କରିବା ତ ଦୂରର କଥା ବିଷ ଦେଇ ମାରିବାକୁ ବି ପଛାଇଲାନି। ଭଉଣୀକୁ ସାହାଯ୍ୟ କରିବା ପରିବର୍ତେ ବିଷ ପଠାଇ କହିଲା ଏହାକୁ ପିଇ ଆତ୍ମହତ୍ୟା କରିଦେ। ଭାଇର ଏଭଳି ବ୍ୟବହାରରେ ଭଉଣୀ ଓ ତା ପରିବାର ବିଷ୍ ପିଇ ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ପଞ୍ଜାବର ଗୁରୁଦାସପୁରରେ ଘଟିଛି।

ମୃତକଙ୍କ ପୁଅଙ୍କ ଅଭିଯୋଗ କ୍ରମେ ତାଙ୍କ ମା, ମାମୁଁଙ୍କୁ ଟଙ୍କା ମାଗିଥିଲେ। ମାମୁଁ ଟଙ୍କା ଦେବେ କଣ ବିଷ ପଠାଇ କହିଲେ ପିଇକି ଆତ୍ମହତ୍ୟା କରିଦିଏ। ନହେଲେ ସେ ଆସି ପରିବାରକୁ ହତ୍ୟା କରିଦେବେ ବୋଲି ଧମକ ଦେଇଥିବା ବି ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ମୃତ ମହିଳାଙ୍କ ନାଁ ଭାରତୀ ଶର୍ମା। ସେ ତାଙ୍କ ଭାଇ ପ୍ରଦୀପ ଶର୍ମାଙ୍କୁ ଟଙ୍କା ମାଗିଥିଲେ। ଏବେ ଏହି ମାମଲାରେ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।

ମୃତକଙ୍କ ପୁଅ କୁନାଲ ଶର୍ମା କହିଛନ୍ତି ତାଙ୍କ ମା’ ମାମୁଁଙ୍କ ପାଖରୁ ଟଙ୍କା ଲେଣ ଦେଣ କରନ୍ତି।  ଯେତେବେଳେ ତାଙ୍କ ମା ମାମୁଁଙ୍କୁ ଟଙ୍କା ସମ୍ପର୍କରେ କହିଲେ ପ୍ରଦୀପ ତାଙ୍କ ମାଙ୍କୁ ବିଷ ଔଷଧ ପଠାଇ ଖାଇ ମରିଯିବାକୁ କହିଥିଲେ। ଯଦି ବିଷ ନଖାଏ ତେବେ ସେ ଆସି ପୂରା ପରିବାରକୁ ହତ୍ୟା କରିଦେବ ବୋଲି ଧମକ ଦେଇଥିଲା ବୋଲି କୁନାଲ କହିଛନ୍ତି। ସେହିଦିନ ରାତିରେ ଭାରତୀ ଶର୍ମା ତାଙ୍କ ୧୬ ବର୍ଷୀୟା ଝିଅ ଓ ସ୍ବାମୀଙ୍କ ସହ ବିଷାକ୍ତ ଔଷଧ ଖାଇବା ବେଳର ଭିଡିଓ କରି ଆତ୍ମହତ୍ୟା କରିଥିଲେ।

ତେବେ ଏହି ମାମଲାରେ ମୃତ ମହିଳାଙ୍କ ପୁଅ ନିଜ ମାମୁଁ ଓ ତାଙ୍କ ସାଥିଙ୍କୁ ଦାୟୀ କରିଛନ୍ତି। ସେମାନେ ମିଶି ତାଙ୍କ ମା ଓ ପରିବାର ସଦସ୍ୟଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କୁନାଲ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.