oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଭଉଣୀକୁ ବଳି ଦେଇଛି ଭାଇ! ଜଙ୍ଗଲ ଭିତରେ ବିଭତ୍ସ ଦୃଶ୍ୟ, ମୁଣ୍ଡ-ଗଣ୍ଡି ଅଲଗା

6/01/2020 at 8:08 PM

କଣ୍ଟାବାଞ୍ଜି୬/୧: ମନସ୍କାମନା ପୁରଣ ପାଇଁ  ନିଜ ରକ୍ତର ଭଉଣୀକୁ ଯେ କେହି ବଳି ଦେଇଦେବ ତାହା ହୁଏତ କେହି ଭାବିପାରିବେନି ।ହେଲେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏମିତି କାଣ୍ଡ ଜଣେ ଯୁବକ ଭିଆଇଥିବା ଅଭିଯୋଗ ହୋଇଛି । କଥା ଆହୁରି ସାଂଘାତିକ ଯେ ପୂର୍ବରୁ ଆଉ ଜଣେ ସଂପର୍କିୟକୁ ସେ ବଳି ପକାଇବା ଅଭିଯୋଗରେ ଅଭିଯୁକ୍ତ ଜେଲ ଯାଇଥିଲା।

ଜଙ୍ଗଲ ଭିତରେ ପଡ଼ିଛି ମୁଣ୍ଡଗଣ୍ଡି ଅଲଗା ମୃତଦେହ । ଜଣେ ନାବାଳିକାକୁ ହତ୍ୟା କରାଯାଇଛି । ଆଉ ପାଖରେ ପଡ଼ିଛି ଏକ ଛୋଟ ଛୁରୀ ଓ ସିନ୍ଦୁର ।ଏ ଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଲା ସିନ୍ଧେକଲା ଥାନା ସାଲେବରଟ ଗାଁ ର । ନାବାଳିକାକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ଆଉ ଏହି ବଳି ଅନ୍ୟ କେହି ନୁହେଁ ବରଂ ମୃତ ନାବାଳିକାର ନିଜ ଭାଇ ଦେଇଥିବାର ଅଭିଯୋଗ ହୋଇଛି ।

ଗାଁର ମସୁରୁ ରଣାଙ୍କ ୧୨ ବର୍ଷୀୟ ଝିଅ ଗତ ୨୪ ତାରିଖରୁ ନିଖୋଜ ଥିଲା । ନିଖୋଜ ହେବାର ଦୁଇ ଦିନ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।ଏସବୁ ପଛରେ ଘରପୁଅର ହାତ ଥିବା ସନ୍ଦେହ କରାଯାଇଥିଲା । ଗାଁ ଲୋକେ ନିଖୋଜ ନାବାଳିକାର ବଡ଼ ଭାଇ ସୁଭାବନକୁ ଧରି ପୋଲିସର ଜିମା ଦେଇଥିଲେ ।

ପୋଲିସ ତଦନ୍ତ ପରେ ଏମିତି କିଛି କଥା ସାମ୍ନାକୁ ଆସିଛି ଯାହା ଆହୁରି ସାଂଘାତିକ । ଅଭିଯୁକ୍ତ  ଶୋଭାବନ ପୂର୍ବରୁ ମଧ୍ୟ ଏକ ବଳି ଅଭିଯୋଗରେ ଜେଲ୍ ଯାଇଥିଲା । ହେଲେ ପରେ ଜାମିନରେ ଆସିଥିଲା। ୨୦୧୮ ଅକ୍ଟୋବରରେ ସୁଭାବନ ନିଜର ମାମୁ ପୁଅ ଭାଇକୁ ବଳି ଦେବା ଅଭିଯୋଗରେ ଗିରଫ ହୋଇଥିଲା ।  ମନସ୍କାମନା ପୂରଣ ନ ହୋଇଥିବାରୁ ଏଥର ଭଉଣୀକୁ କୁଆଡ଼େ ସେ ବଳି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ବାପା ମା କଣ କହିବେ।ସେମାନଙ୍କ ଅବସ୍ଥା ଭାବନ୍ତୁ। ବିଜ୍ଞାନ ଯୁଗରେ ଦେଶ ବେଶ୍ ଆଗେଇ ସାରିଥିଲେ ମଧ୍ୟ ଏବେବି ବଳି ପ୍ରଥା ଜାରି ରହିବା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ନିନ୍ଦନୀୟ ।

   Related Posts