ପାରିବାରିକ କଳହର କରୁଣ ପରିଣତି, ଭାଇକୁ ହାଣିଲା ଭାଇ

Published By : Prameya-News7 Bureau | January 02, 2020 IST

ବୌଦ୍ଧ ୨।୧: ପାରିବାରିକ କଳହର କରୁଣ ପରିଣତି । ପୁଅ ଭାଇକୁ ହାଣିଲା ଭାଇ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର କୁଳସାହିଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କବିରାଜ ପ୍ରଧାନ ଏବଂ ଜଗବନ୍ଧୁ ପ୍ରଧାନଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେଲା କଳହ ଲାଗିରହିଥିଲା । ଗତକାଲି ବିଳମ୍ବିତ ରାତିରେ ଏହି କଳହ ଉଗ୍ର ରୂପ ନେଇଥିଲା। କକା ପୁଅ ଭାଇକୁ ହାଣିଲା ଭାଇ । ମୃତକ ଜଣଙ୍କ ହେଉଛନ୍ତି କବିରାଜ ପ୍ରଧାନ।

ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଜଗବନ୍ଧୁ ପ୍ରଧାନ, ତପନ ପ୍ରଧାନ, ଚତୁର୍ଭୁଜ ପ୍ରଧାନ । ପଞ୍ଚୁ ପ୍ରଧାନ ନାମକ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ଜଣାପଡିଛି। ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.