ଭାଇ ମୁଖ୍ୟମନ୍ତ୍ରୀ ହେବା ସତ୍ବେ ଭଉଣୀ ଆଜି ବି ବିକୁଛନ୍ତି ଚା’ : ଜାଣନ୍ତୁ ପୂରା ଖବର

Published By : Prameya-News7 Bureau | August 29, 2019 IST

ଜୟପୁର ୨୯/୮: ଦୁନିଆରେ ଏପରି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଉଚ୍ଚ ପଦରେ ଥିଲେ ବି ତାଙ୍କ ପରିବାର ଲୋକ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରିଥାଆନ୍ତି। ଏବଂ ଏଭଳି ଲୋକ ମଧ୍ୟ ଅଛନ୍ତି ପରିବାରର ଜଣେ ସଦସ୍ୟ ଯଦି ଉଚ୍ଚ ପଦରେ କାର୍ଯ୍ୟରତ ଥାଆନ୍ତି ତେବେ ଏହାର ଫାଇଦା ପୂରା ପରିବାର ଉଠାଇଥାଏ। ଭାରତର ଏପରି ଅନେକ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କୁ ସମଗ୍ର ବିଶ୍ବ ଜାଣିଥାଆନ୍ତି।

{"id":150535}

କିନ୍ତୁ ଜଣଙ୍କ ପରିବାର ଲୋକଙ୍କୁ କେହି ଜାଣନ୍ତି ନାହିଁ। ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି କିନ୍ତୁ ତାଙ୍କ ଭଉଣୀ ଚା’ ବିକନ୍ତି। ଆମେ ଯାହା ବିଷୟରେ କହୁଛୁ ସେ ହେଉଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କୁ ସମସ୍ତେ ଭଲଭାବେ ଜାଣନ୍ତି। କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ବହୁତ କମ୍ ଲୋକ ଜାଣନ୍ତି।

{"id":150536}

ସୂଚନା ଅନୁଯାୟୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶି ପୟାଲ କୋଠାର ଗାଁରେ ପାର୍ବତୀ ମନ୍ଦିର ନିକଟରେ ନିଜ ସ୍ବାମୀ ପୂରଣ ସିଂହଙ୍କ ସହ ରୁହନ୍ତି। ମନ୍ଦିର ନିକଟରେ ତାଙ୍କ ପୂଜା ସାମଗ୍ରୀର ଏକ ଛୋଟ ଦୋକାନ ରହିଛି ଏବଂ ଏହି ଦୋକାନରେ ସେ ଚା’ ଦୋକାନ ମଧ୍ୟ ଚଳାନ୍ତି। ଯୋଗୀଙ୍କ ଭଉଣୀ ଶଶିଙ୍କ କହିବାନୁଯାୟୀ ଯୋଗୀ ସବୁବେଳେ ନିଜ ବାପାଙ୍କୁ କହୁଥିଲେ ସେ ତାଙ୍କ ଜୀବନରେ କ’ଣ କରୁଛନ୍ତି। ଯୋଗୀଙ୍କ ସ୍ବପ୍ନ ଥିଲା ଯେ ସେ ବଡ଼ ହୋଇ ଲୋକଙ୍କ ସେବା କରିବେ। ଏବେ ତାଙ୍କ ସ୍ବପ୍ନ ସାକାର ହୋଇଛି।

{"id":150537,"width":587,"height":333}

ଯୋଗୀ ଆଦିତ୍ୟନାଥ ଏପରି ଜଣେ ମୁଖ୍ୟମନ୍ତ୍ରୀ ଯିଏ ପରିବାରକୁ ରାଜନୈତିକ କ୍ଷେତ୍ର ମଧ୍ୟକୁ ଆଣି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.