କଳାହାଣ୍ଡିରେ ଶଳାର ଟାଙ୍ଗିଆ ଚୋଟରେ ଭିଣୋଇ ମୃତ
15/09/2018 at 12:08 PM

କଳାହାଣ୍ଡି ୧୫/୯: ଶଳାର ଟାଙ୍ଗିଆ ଚୋଟରେ ଭିଣୋଇ ମୃତ୍ୟୁ ହୋଇଛି | ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକର ଡକାବାହାଲି ଗାଁରେ | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୂଆଖାଇ ରାତ୍ରିରେ ଭିଣୋଇକୁ ମରଣାତ୍ମକ ଆକ୍ରମଣ କରିଥିଲେ ଶଳା । ମୃତ ବ୍ୟକ୍ତି ହେଲେ ସୁକଲ ପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେହି ଗାଁରେ ରହୁଥିବା ତାର ଶଳା ଅଭି ଭୋଇ ସଂଧ୍ୟା ସମୟରେ ସ୍କୁଲ ପାଖରେ ବୁଲୁଥିବା ସମୟରେ ହଠାତ ଏକ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଭିଣୋଇ ସୁକଲ ପାତ୍ର। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ଅଭିଯୁକ୍ତ ଫେରାର ରହିଛି ।