Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାଇବୋହୂକୁ ଗୋଡାଇ ଗୋଡାଇ ପିଟିଲେ ଦେଢ଼ଶୂର, ଜମିଜମା ବିବାଦରୁ ଆକ୍ରମଣ

31/05/2023 at 2:46 PM

ଚାନ୍ଦବାଲି ୩୧।୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନାନ୍ଦପୁର ଗାଁରେ ଜମିଜମା ବିବାଦର ଉଗ୍ର ରୂପ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ନାନ୍ଦପୁର ଗାଁର ବୁଧିରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ ତାଙ୍କ ପୁଅ ସୁଶାନ୍ତ ବେହେରା ଆକ୍ରମଣ କରିଛନ୍ତି । ଲୁହା ରଡ଼ ଓ ବାଡ଼ି ସାହାଯ୍ୟରେ ଗାଁ ରାସ୍ତାରେ ଗୋଡାଇ ଗୋଡାଇ ଉଭୟ ଆରତୀଙ୍କୁ ଆକ୍ରମଣ କରିଛନ୍ତି ।

ଗ୍ରାମବାସୀଙ୍କ ସହାୟତାରେ ଆରତୀ ଉଦ୍ଧାର ହେବା ପରେ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଆରଡ଼ି ମେଡ଼ିକାଲ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଏହି ଘଟଣାରେ ବୁଧୁରାମ ବେହେରା ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

You Can Read :

   Related Posts