ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଶାଳୀଙ୍କୁ ରଙ୍ଗ ବୋଳି ବନ୍ଧା ହେଲେ ଭିଣୋଇ

12/03/2020 at 4:01 PM

ଭୁବନେଶ୍ୱର ୧୨/୩: ହୋଲିରେ ରଙ୍ଗ ଖେଳିବାବେଳେ ଶାଳୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଖାରବେଳନଗର ଥାନା ପୁଲିସ ସମ୍ପୃକ୍ତ ଭିଣୋଇଙ୍କୁ ଗିରଫ କରିଛି । ସେ ହେଲେ ଭଗବତୀ ବସ୍ତିର ଟୁକୁନା ନାୟକ (୩୫)।

ସୂଚନା ଅନୁଯାୟୀ, ହୋଲି ଦିନ ଟୁକୁନା ହରିଜନ ବସ୍ତିସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରେ ସେ ତାଙ୍କ ଶାଳୀଙ୍କୁ ଜୋର୍‌ ଜବରଦସ୍ତ ରଙ୍ଗ ବୋଳିଥିଲେ । ତାଙ୍କର ଏମିତି ବ୍ୟବହାର ଶାଳୀଙ୍କୁ ବାଧିଥିଲା । ସେ ଏହାକୁ ବିରୋଧ କରିଥିଲେ । ପରେ ଏହାକୁ ନେଇ ଝଗଡ଼ା ବି ହୋଇଥିଲା । ହୋଲି ଖେଳିବା ବାହାନାରେ ଟୁକୁନା ତାଙ୍କ ଶାଳୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିବା ଅଭିଯୋଗ ହୋଇଥିଲା । ଏନେଇ ଭିଣୋଇଙ୍କ ବିରୋଧରେ ଶାଳୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କେସ୍‌ ନମ୍ବର ୭୫/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts