ଧରମ ଭଉଣୀର ଅଶ୍ଳୀଳ ଭିଡିଓ କରି ବ୍ଲାକମେଲିଂ : ବାରମ୍ବାର କରୁଥିଲା ଦୁଷ୍କର୍ମ, ପରିବାରଲୋକ ବି ଥିଲେ ସାମିଲ

Published By : Prameya-News7 Bureau | March 10, 2021 IST

ଅମ୍ବାଲା ୧୦।୩: ଭାଇ-ଭଉଣୀ ସଂପର୍କରେ ଲାଗିଲା କଳଙ୍କ । ଅମ୍ବାଲାରେ ଘଟିଛି ଏଭଳି ଏକ ଘଟଣା । ଜଣେ ଯୁବକ ଧରମ ଉଭଣୀଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସଂପୃକ୍ତ ଧରମ ଭଉଣୀ ଜଣଙ୍କ ନାବାଳିକା ।

ପୀଡିତାଙ୍କ ପରିବାରର ସୂଚନା ଅନୁସାରେ, ସେମାନଙ୍କ ପରିବାର ସହ ତାଙ୍କ ପଡୋଶୀ ଅନ୍ୟ ଏକ ପରିବାରର ସଂପର୍କ ବଢିବାରେ ଲାଗିଥିଲା । ଏମିତିକି ତାଙ୍କ ପୁଅ ହାତରେ ପୀଡିତା ନାବାଳିକା ରାକ୍ଷୀ ବି ବାନ୍ଧିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବ ଜଣଙ୍କ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲେ । ଏହାକୁ ନେଇ ଯୁବକ ଏବଂ ତାଙ୍କ ପରିବାର ନାବାଳିକାଙ୍କଠୁ ସମୟ ସମୟରେ ଟଙ୍କା ମଧ୍ୟ ନେଉଥିଲେ ।

ଏ ସଂପର୍କରେ ପରିବାରଲୋକଙ୍କୁ ଜଣାପଡିବା ପରେ ସେମାନେ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ଯୁବକ ଜଣଙ୍କ ଏହି ଭିଡିଓ ଆଳରେ ନାବାଳିକାଙ୍କ ସହ ଅନୈତିକ ସଂପର୍କ ମଧ୍ୟ ରଖୁଥିଲେ । ସମୟ ସମୟରେ ଟଙ୍କା ମଧ୍ୟ ନେଉଥିଲେ ।

ନାବାଳିକାଙ୍କ ବୟାନ ଅନୁସାରେ ପୋକ୍ସୋ ଆକ୍ଟ ଆଧାରରେ ବିଭିନ୍ନ ଧାରାରେ ମାମଲା ଦାୟର ହୋଇଛି । ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ନାବାଳିକାଙ୍କ ମେଡିକାଲ ଯାଞ୍ଚ କରାଯାଇଛି । ଧାରା ୧୬୪ରେ ବୟାନ ରେକର୍ଡ କରାଯାଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.