ଭାଇଠୁ ହାରିଲା ଭଉଣୀ - କଂଗ୍ରେସର ଧନଞ୍ଜୟ ମୁଣ୍ଡେଙ୍କ ଠାରୁ ହାରିଲେ ବିଜେପିର ପଙ୍କଜା ମୁଣ୍ଡେ

Published By : Prameya-News7 Bureau | October 24, 2019 IST

ମୁମ୍ବଇ - ମହାରାଷ୍ଟ୍ର ବିଧାସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଛି । ମହାରାଷ୍ଟ୍ରରର ୨୮୮ ଆସନରେ ମତଦାନ ହୋଇଥିଲା । ଏଠାରେ ସଂଖ୍ୟାଗରିଷ୍ଠତା ପାଇଁ ୧୪୫ ଆସନର ଆବଶ୍ୟକତା ରହିଛି ।ଦିନ ତିନିଟା ସମୟରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ୧୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୧୪୩ ଆସନରେ ଆଗୁଆ ଥିଲେ । ମୋଟ୍‌ ୧୬୨ ଆସନରେ ବିଜେପି ଓ ଶିବସେନା ମେଣ୍ଟ ପ୍ରାର୍ଥୀ ଭଲ ପରିସ୍ଥିତିରେ ରହିଛନ୍ତି ।


ମହାରାଷ୍ଟ୍ରରେ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ପ୍ରାର୍ଥୀ ୧୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୮୯ ଆସନରେ ଆଗୁଆ ଅଛନ୍ତି । ମୋଟ୍‌ ୧୦୧ ଆସନରେ କଂଗ୍ରେସ ଓ ଏନ୍‌ସିପି ଆଗୁଆ ଅଛନ୍ତି ।
ଅନ୍ୟମାନେ ୨୫ଟି ଆସନରେ ଆଗୁଆ ଅଛନ୍ତି ।

ବିଜେପି ବରିଷ୍ଠ ନେତା ସ୍ୱର୍ଗତ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ନିର୍ବାଚନ ହାରି ଯାଇଛନ୍ତି । ନିଜର ସମ୍ପର୍କୀୟ ଭାଇ ତଥା କଂଗ୍ରେସ ପ୍ରାର୍ଥୀ ଧନଞ୍ଜୟ ମୁଣ୍ଡେଙ୍କ ଠାରୁ ସେ ୩୦,୭୬୮ ହଜାର ଭୋଟ୍‌ରେ ହାରିଯାଇଛନ୍ତି । ପଙ୍କଜା ପର୍ଲି ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀନୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.