ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ଭାଇର ଗୋଡ଼-ହାତ ବାନ୍ଧି ଗଛରେ ଓହଳାଇ ଦେଲା ଭାଇ, କାଠ ଫାଳିଆରେ ପିଟିପିଟି କଲା ହତ୍ୟା  

27/05/2022 at 10:11 PM

ଉଦଳା, ୨୭/୦୫: ସମ୍ପର୍କରେ ଲାଗିଲା ରକ୍ତର ଛିଟା । କିଏ କଣ ଏତେ ନିର୍ଦ୍ଦୟ ହୋଇପାରେ । ଜଣେ ଯୁବକର ହାତଗୋଡ ବାନ୍ଧି ଗଛରେ ଝୁଲାଇ ଦିଏ ଏବଂ ପରେ ଅତି ନିର୍ମମ ଭାବେ କାଠଫାଳିଆରେ ବାଡେଇ ବାଡେଇ ହତ୍ୟା କରେ । ଏପରି ଘଟଣା ଘଟାଇଥିବା ହତ୍ୟାକାରୀ ଜଣକ ହେଲେ ନିଜ କାକା ପୁଅ ଭାଇ । ଏଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଶରତ ଥାନା ରାମଚନ୍ଦ୍ରପୁର ପଂଚାୟତ ବାଟିଘୁଟୁ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଗ୍ରାମର ଲାଣ୍ଡୁ ମୁଣ୍ଡାଙ୍କୁ ତାଙ୍କ କାକା ପୁଅ ସିଙ୍ଗରାଏ ଦେଉଗାଁ ଅତି ନିର୍ମମ ଭାବେ ହତ୍ୟା କରିଛି । ଲାଣ୍ଡୁ ମୁଣ୍ଡା କୁଆଡେ ଜଣେ ମାନସିକ ବିକାରଗ୍ରସ୍ତ । ସେ ଛୋଟ ଛୋଟ ପିଲାମାନଙ୍କୁ ଦେଖିଲେ ତାଙ୍କୁ ଗୋଡାଇଥାଏ । ତେବେ କୌଣସି କାରଣକୁ ନେଇ ଲାଣ୍ଡୁ ମୁଣ୍ଡା ଉପରେ ରକ୍ତ ଚାଉଳ ଚୋବାଉଥିଲା ସିଙ୍ଗରାଏ । ଆଜି ସନ୍ଧ୍ୟା ସମୟରେ ଲାଣ୍ଡୁକୁ ନିଜର ସହଯୋଗୀ ସହିତ କାକା ପୁଅ ସିଙ୍ଗରାଏ ତାର ହାତ ଗୋଡ ବାନ୍ଧି ଏକ ଗଛରେ ଝୁଲାଇ ଦେଇଥିଲା । ପରେ କ୍ରୋଧ ଜର୍ଜରିତ କକା ପୁଅ ଏକ କାଠ ଫାଳିଆରେ ଅତି ନିର୍ଦ୍ଦୟ ଭାବେ ବାଡେଇ ବାଡେଇ ତାକୁ ହତ୍ୟା କରିଥିଲା ।

ଏହି ଖବର ଜଣାପଡିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ମୁଖ୍ୟ ଅଭିଯୁକ୍ତ କାକା ପୁଅ ସିଙ୍ଗରାଏ ଦେଉଗାଁ ଏବଂ ତାର ସହଯୋଗୀ ଚମ୍ପାଇ ମୁଣ୍ଡାକୁ ଗିରଫ କରିଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୋଲିସ୍‌ ଜବତ କରି ତଦନ୍ତ ଜାରି ରଖିଛି ।

   Related Posts