ଭଦ୍ରକ ୨।୩: ପାରିବାରିକ କଳହ ନେଲା ଦୁଇ ଜୀବନ । ଗୋଟିଏ ପରିବାରର ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି । ଭାଇ-ଭଉଣୀ ଆତ୍ମହତ୍ୟା କରିଛନ୍ତି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା କୋଠାର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା କୋଠାର ଗ୍ରାମର ବିଦ୍ୟାଧର ବେହେରା ପୁଅ ସକାଳୁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବଡ଼ ଭାଇଙ୍କ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଉଭୟଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଘରୋଇ କଳହ ପାଇଁ ଏଭଳି ଘଟଣା ସାମ୍ନାକୁ ଆସିଥିବା ଅନୁମାନ କରାଯାଉଛି ।
ସେପଟେ ଘଟଣାସ୍ଥଳରେ ଧୁଷୁରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ସନାତନ ବେହେରା ହୋଇଥିବା ବେଳେ ତାଙ୍କ ଭଉଣୀ ନିରୁପମା ବେହେରା ବୋଲି ସୂଚନା ମିଳିଛି ।
You Can Read :
wp:embed {"url":"https://www.prameyanews7.com/missing-man-dead-body-found-from-pond-in-angul-district/","type":"wp-embed","providerNameSlug":"prameya-news-7"} /wp:embed