LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସମ୍ପତ୍ତି ପାଇଁ ଭଉଣୀକୁ ପିଟି ପିଟି ମାରିଦେଲେ ଭାଇ ଭାଉଜ

22/03/2023 at 10:23 PM

ବାରିପଦା: ଭାଇ ଭାଉଜ ମିଶି ଭଉଣୀ ମାରିଦେଲେ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର ବେଗୁନିଆ ବନ୍ଧ ଗ୍ରାମରେ ଏଭଳି ଘଟଣା ଘଟିଛି। ପାରିବାରିକ କଳହ ଯୋଗୁ ଭଉଣୀକୁ ମାରି ଦେଇଛନ୍ତି ଭାଇ ଓ ଭାଉଜ।

ଖବର ଅନୁସାରେ, ଦୀର୍ଘଦିନ ହେଲା ଉଭୟ ପରିବାର ମଧ୍ୟରେ ଜମିବାଡିକୁ ନେଇ ଝଗଡା ଲାଗି ରହିଥିଲ। । ଏହାର ସମଧାନ ପାଇଁ ମଙ୍ଗଳବାର ଉଭୟ ପରିବାରକୁ ନେଇ ଗେଗୁନିଆବନ୍ଦ ଗ୍ରାମରେ ଗ୍ରାମ ମୁଖିଆଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା ।

ନ୍ୟାୟ ବସିଥିବା ସମୟରେ ବିଧବା ଭଉଣୀ ଜବା ବାସ୍କେ ହଠାତ ଭାଇମାନଙ୍କ ଉପରେ ରାଗିଯିବା ସହ ବୈଠକ ସ୍ଥାନରେ ଛେପ ପକାଇ ଗାମୁଛା ପିଙ୍ଗି ସେଠାରୁ ଚାଲିଯାଇଥିଲେ। ଏହି ଘଟଣାରେ ରାଗିଯାଇ ଭାଇ ବୁଢ଼ାନ ହେମ୍ବ୍ରମ ଏବଂ ଭାଉଜ ମାଳତୀ ହେମ୍ବ୍ରମ ଭଉଣୀ ଜବାକୁ ଧରି ଏକ ବାଡ଼ିରେ ନିସ୍ତୁକ ପିଟିଥିଲେ।

ଏହାଦେଖି ଗ୍ରାମବାସୀ ବିରୋଧ କରିବାରୁ ଉଭୟ ଭଉଣୀକୁ ସେଠାରୁ ଜୋର ଜବରଦସ୍ତ ଚଲେଇ ଚଲେଇ ନିଜ ଗାଁ ବ୍ରାହ୍ମଣଗାଁକୁ ନେଇ ଯାଇଥିଲେ। ଗାଁକୁ ଯିବା ରାସ୍ତାରେ ଜବାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଉଭୟ ଭାଇ ଓ ଭାଉଜକୁ ଥାନାରେ ଅଟକ ରଖିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରୀରଖିଛି।

   Related Posts