ସେକ୍ସ ରାକେଟର ପର୍ଦ୍ଦା ଫାଶ : ସ୍କୁଲ ପାଖରେ ଦେଢ଼ ବର୍ଷ ହେବ ଚାଲିଥିଲା ଦେହ ବ୍ୟବସାୟ

Published By : Prameya-News7 Bureau | June 24, 2019 IST

ମିରଟ ୨୪/୬: ମିରଟରେ ମେଡିକାଲ ଥାନା ଅଞ୍ଚଳ ପାଖରେ ଶାସ୍ତ୍ରୀନଗରର ବ୍ଲକରେ ରବିବାର ସେକ୍ସ ରାକେଟର ପର୍ଦ୍ଦା ଫାଶ ହୋଇଛି। ଏସଏସପିଙ୍କ ନିର୍ଦେଶରେ ଆଣ୍ଟି ହ୍ୟୁମାନ ଟ୍ରାଫିକିଙ୍ଗ ୟୁନିଟ୍ ଏବଂ ମେଡିକାଲ୍ ପୋଲିସ୍ ଏଠାରେ ଏକ ଘରେ ଚଢ଼ାଉ କରିବାରୁ ଜଣା ପଡ଼ିଥିଲା ଯେ ପାଖାପାଖି ଦେଢ଼ ବର୍ଷରୁ ଏଠାରେ ଦେହ ବ୍ୟବସାୟ ଚାଲିଥିଲା। ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।

ଅନେକ ଦିନରୁ ଶୁଣିବାକୁ ମିଳୁଥିଲା ଯେ ଶାସ୍ତ୍ରୀନଗର ବ୍ଲକରେ ବିଦ୍ୟା ମନ୍ଦିର ସ୍କୁଲର ପଛ ଗଳିରେ ଏକ ଘରେ ଦେହ ବ୍ୟବସାୟ ଚାଲିଛି। ଏହାର ଗୋପନୀୟ ତଦନ୍ତ କରିବାରୁ ଅଭିଯୋଗ ଠିକ୍ ବୋଲି ଜଣା ପଡ଼ିଲା। ରବିବାର ଦ୍ବିପ୍ରହରେ ଇନସ୍ପେକ୍ଟର ଏଏଚଟିୟୁ ଏବଂ ମେଡିକାଲ ଇନସ୍ପେକ୍ଟର ମହିଳା ପୋଲିସ୍ ସହ ଏହି ଘରେ ଚଢ଼ାଉ କରିଥିଲେ।

ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଯାଞ୍ଚରୁ ଏହି ଘର ରାମପାଲ ପ୍ରଧାନଙ୍କ ବୋଲି ଜଣାପଡ଼ିଛି।

ଘର ମାଲିକ ଏହି ଘର ଭଡ଼ାରେ ରଖିଥିଲେ। ଏଥିରେ ଅଭିଯୁକ୍ତ ରୋହିତ ଜଣେ ମହିଳାଙ୍କ ସହିତ ପାଖାପାଖି ଦେଢ଼ ବର୍ଷରୁ ଦେହ ବ୍ୟବସାୟ କରି ଆସୁଥିଲା। ଗିରଫ ହୋଇଥିବା ଏହି ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ଅନୈତିକ ଦେହ ବ୍ୟବସାୟ ଅନୁସାରେ ମାମଲା ରୁଜୁ କରାଯାଇଛି। ଘର ମାଲିକ ଏବଂ ଜଣେ ମହିଳାଙ୍କ ଭୂମିକା ବିଷୟରେ ଯାଞ୍ଚ କରାଯାଉଛି।

ଘରେ ଦେହ ବ୍ୟବସାୟର ପର୍ଦ୍ଦା ଫାଶ ହେବା ପରେ ଆଖପାଖର ଲୋକଙ୍କ ଭିଡ଼ ଜମିଯାଇଥିଲା। ଏହି ସମୟରେ ମହିଳାମାନେ ରୋହିତଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲି ଦେଇଥିଲେ।

ପୋଲିସ୍ ସେମାନଙ୍କୁ ଗିରଫ କରି ଜିପରେ ବସାଇବାବେଳେ ଗ୍ରାହକଜଣକ ଇନସ୍ପେକ୍ଟରଙ୍କ ପାଦ ଛୁଇଁଥିଲା ଏବଂ କ୍ଷମା ଭିକ୍ଷା କରିଥିଲା। ସେ କହିଥିଲା ଯେ ସେ ପ୍ରଥମ ଥର ଏଠାକୁ ଆସିଛି ଏବଂ ତା’ର ଜୀବନ ବରବାଦ ହୋଇଯିବ। କିନ୍ତୁ ପୋଲିସ୍ ତା କଥା ନଶୁଣି ତାକୁ ଗିରଫ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.