krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝାଡୁ ନା ବାସାନ କୁସନ, ଧନତେରସରେ କ’ଣ କିଣିଲେ ହୁଏ ଶୁଭ?  

3/11/2023 at 4:25 PM

ଧନତେରସରେ ଲୋକେ ମନ ଭରିବା ପର୍ଯ୍ୟନ୍ତ କିଣାକିଣି କରିଥାନ୍ତି। ଆଗମୀ ନଭେମ୍ବର ୧୦ ତାରିଖରେ ଧନତେରସ। ଏହି ଦିନ ଧନର ଦେବତା କୁବେର ଓ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହି ଅବସରରେ କୁବେରଙ୍କୁ ଖୁସି କରିବା ପାଇଁ ଲୋକେ ଧନତେରସରେ ଅନେକ ପ୍ରକାର ଜିନିଷ କିଣାକିଣି କରିଥାନ୍ତି। ଲୋକେ କିଣାକିଣିରେ ସୁନା,ରୂପା ଅଳଙ୍କାରରୁ ଆରମ୍ଭ କରି ଘରର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ଏପରିକି ଝାଡୁ ମଧ୍ୟ କ୍ରୟ କରିଥାନ୍ତି। ଝାଡୁ, ବାସନ କୁସନ, ସ୍ୱର୍ଣ୍ଣାଳଙ୍କାର ବ୍ୟତୀତ ଏପରି ଅନେକ ଜିନିଷ ଅଛି ଯାହାକୁ ଧନତେରଶରେ କିଣିଲେ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଧନତେରସରେ କଣ କିଣିଲେ ଘର ପାଇଁ ସୁଖ ଓ ସମୃଦ୍ଧି ଆସିବ।

ଝାଡୁ
ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମନେ କରାଯାଏ। ଏଣୁ ଧନତେରସରେ ଝାଡୁ କିଣିବା ବହୁତ ଶୁଭ ମନେ କରାଯାଏ। ଦାରିଦ୍ର୍ୟତା ଓ ଅପରିସ୍କାରକୁ ଝାଡୁ ଘରୁ ବାହାର କରିଦେଇଥାଏ। ଏଣୁ ଧନତେରସ ଅବସରରେ ଝାଡୁ କିଣାକୁ ଶୁଭ ମନେ କରାଯାଏ। ଏହା ଦ୍ୱାରା ଘର ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ।

ବାସନକୁସନ କ୍ରୟ
ଧନତେରସ ଦିନ ଅଲଗା ଅଲଗା ଧାତୁରେ ନିର୍ମିତ ବାସନ କୁସନ କିଣିଲେ ଶୁଭ ହୋଇଥାଏ। ଯଦି ଧନତେରସ ସମୟରେ ଅର୍ଥର ଅଭାବ ଥାଏ ତେବେ ସୁନା, ରୂପା ଅଳଙ୍କାର କିଣାକିଣି ନ କରି ପିତଳ, ତମ୍ବା, କଂସା ଆଦି ଧାତୁ ନିର୍ମିତ ବାସନକୁସନ କିଣାକିଣି କରିପାରନ୍ତି। ଏପରି କ୍ରୟ ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ସହ ୧୩ ଗୁଣା ଅଭିବୃଦ୍ଧି ହୋଇଥାଏ। ତେବେ ଏପରି ଦିନରେ ଷ୍ଟିଲ, ସିଲଭର ଆଦି ବାସନ ନ କିଣିବା ଭଲ।

ଲକ୍ଷ୍ମୀଙ୍କ ପାଦ
ଦିପାବଳୀ ପୂର୍ବରୁ ଧନତେରସରେ ଘରକୁ ମା ଲକ୍ଷ୍ମୀଙ୍କୁ ଆବାହନର ପର୍ବ ଆରମ୍ଭ ହୋଇଯାଇଥାଏ। ଏଥିରେ ଆପଣ ବଜାରରେ କିଣାକିଣି କରିବା କାଳରେ ମା ଲକ୍ଷ୍ମୀଙ୍କ ଚରଣ (ପାଦ) ମଧ୍ୟ କ୍ରୟ କରିପାରନ୍ତି। ଏହାକୁ କେବଳ ଶୁଭ ମନେ କରାଯାଏନା ଏହାକୁ କ୍ରୟ କରିବା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ। ଲକ୍ଷ୍ମୀଙ୍କ ଚରଣକୁ ଆପଣ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଲଗାଇ ପାରନ୍ତି, ଅଥବା ପୂଜା ସ୍ଥଳରେ ଚରଣ ସ୍ଥାପନା ମଧ୍ୟ କରିପାରନ୍ତି।

ଲକ୍ଷ୍ମୀ-ଗଣେଶ ମୂର୍ତ୍ତି
ଦିପାବଳୀରେ ଲକ୍ଷ୍ମୀ-ଗଣେଶଙ୍କ ପୂଜା ହୋଇଥାଏ। ଧନତେରସରେ ଆପଣ ପୂଜା ନିମନ୍ତେ ଧାତୁ ନିର୍ମିତ ଲକ୍ଷ୍ମୀ ଓ ଗଣେଶ ମୂର୍ତ୍ତି କ୍ରୟ କରିପାରନ୍ତି। ଏହି ଦିନ ଆପଣ ଚାହିଁଲେ ମାଟିରେ ନିର୍ମିତ ଲକ୍ଷ୍ମୀ-ଗଣେଶ ମୂର୍ତ୍ତି ମଧ୍ୟ କ୍ରୟ କରିପାରନ୍ତି। ଯାହାକୁ ଆପଣ ଆଗାମୀ ବର୍ଷ ଜଳରେ ପ୍ରବାହୀତ କରି ପୁଣି ନୂଆ ମୂର୍ତ୍ତି କିଣି ଆଣି ପାରିବେ।

ପାନପତ୍ର
ଧନତେରସରେ ଘରକୁ ପାନପତ୍ର କିଣିକି ଆଣିବା ମଧ୍ୟ ଶୁଭ ମନେ କରାଯାଏ। ପାନ ପତ୍ର ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ। ଏଣୁ ଧନତେରସ ଦିନ ଘରକୁ ଆପଣ ୫ଟି ପାନପତ୍ର କିଣିଆଣନ୍ତୁ। ଏହି ପାନପତ୍ରଗୁଡିକୁ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଏହି ପତ୍ରଗୁଡିକୁ ଦିପାବଳୀ ପର୍ଯ୍ୟନ୍ତ ଘରେ ରଖନ୍ତୁ ଦିପାବଳୀ ପୂଜା ପରେ ପାନପତ୍ରଗୁଡିକ ଅନ୍ୟ ପୂଜା ସାମଗ୍ରୀ ସହିତ ଜଳରେ ପ୍ରବାହିତ କରି ଦିଅନ୍ତୁ।

   Related Posts