ଟୋକିଓ ଅଲିମ୍ପିକ : ରେସଲର ବଜରଙ୍ଗ ପୁନିଆଙ୍କୁ ବ୍ରୋଞ୍ଜ ପଦକ

Published By : Prameya-News7 Bureau | August 07, 2021 IST

ଟୋକିଓ ୦୭/୦୮ : ଟୋକିଓ ଅଲିମ୍ପିକରେ ଭାରତକୁ ଆଉ ଏକ ପଦକ ମିଳିଛି । ରେସଲିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀର ବଜରଙ୍ଗ ପୁନିଆ । ପ୍ରତିପକ୍ଷ କାଜାକିସ୍ତାନ ପ୍ରତିଦ୍ବନ୍ଦିଙ୍କୁ ୮-୦ ସେଟ୍‌ରେ ହରାଇ ବ୍ରୋଞ୍ଜ ଜିତିଛନ୍ତି ବଜରଙ୍ଗ ପୁନିଆ । ପ୍ରଥମ ରାଉଣ୍ଡରେ ୨ ପଏଣ୍ଟ ପଏଣ୍ଟ ପାଇଥିଲେ ପୁନିଆ ।  ୨ୟ ରାଉଣ୍ଡରେ କାଜାକିସ୍ତାନ ରେସଲରଙ୍କୁ ମାତ୍‌ ଦେଇ ଆଉ ୬ ପଏଣ୍ଟ ହାସଲ କରିଥିଲେ ବଜରଙ୍ଗ ପୁନିଆ । ୬୫ କେଜି କୁସ୍ତିରେ ଏହି ସଫଳତା ହାସଲ କରିଛନ୍ତି ବଜରଙ୍ଗ ପୁନିଆ । ପ୍ରତିପକ୍ଷ ଖେଳାଳି କାଜାକିସ୍ତାନର ଦୌଲେତ୍‌ ନିଆଜ୍‌ବେକୋଭ୍‌ ଙ୍କୁ ୮-୦ରେ ମାତ୍‌ ଦେଇଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ପହିଲିମାନ ବଜରଙ୍ଗ ପୁନିଆ ସେମିଫାଇାନଲରେ ଭାରତକୁ ନିରାଶ କରିଥିଲେ । ଏହା ସତ୍ବେ ମେଡାଲ ଆଶା କାଏମ ରହିଥିଲା । ବଜରଙ୍ଗ ୬୫ କେଜି ବର୍ଗ ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍‌ ମେଡାଲିଷ୍ଟ ଏବଂ ୩ ଥର ବିଶ୍ବ ଚାମ୍ପିୟନ୍‌ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଥିଲେ ।

ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବଜରଙ୍ଗ ପ୍ରୋ ରେସଲିଂ ଲିଗ୍‌ରେ ଆଲିୟେଭଙ୍କୁ ହରାଇଥିଲେ । ଭାରତକୁ ଏବେ ଯାଏଁ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ସିଲଭର ଏବଂ ୪ ବ୍ରୋଞ୍ଜ ମିଳିଛି । ଆଜିର ମୁକାବିଲାରେ ବଜରଙ୍ଗ ଭଲ ଆରମ୍ଭ ହିଁ ପ୍ରତିପକ୍ଷ କାଜାକିସ୍ତାନ ରେସଲରଙ୍କ ଉପରେ ଭାରି ପଡିଥିଲେ । ଶେଷରେ ୮-୦ରେ ମାତ୍‌ ଦେଇଛନ୍ତି ବଜରଙ୍ଗୁ ପୁନିଆ ।

ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିବା ପରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.