CWG ୨୦୨୨: ୧୬ ବର୍ଷ ପରେ ଭାରତୀୟ ମହିଳା ହକି ଟିମ ନାଁରେ ପଦକ, ସୁଟ ଆଉଟରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ପୂର୍ବତନ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ସୁଟଆଉଟରେ ୨-୧ରେ ପରାସ୍ତ କରିଛି ଭାରତୀୟ ଟିମ । ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଏହା ମହିଳା ହକି ଟିମର ତୃତୀୟ ପଦକ । ଏହା ପୂର୍ବରୁ ଭାରତ ୨୦୦୨ରେ ସ୍ୱର୍ଣ୍ଣ ଜିତିଥିଲା । ଏହାପରେ ଭାରତୀୟ ଟିମ ରୌପ୍ୟ ପଦକ ଜିତିଥିଲା । ବର୍ତ୍ତମାନର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ୪୧ତମ ପଦକ ।

wp:html /wp:html

ଭାରତୀୟ ଟିମ ମ୍ୟାଚର ଶେଷ ମୁହୂର୍ତ୍ତ ଯାଏଁ ୧-୦ରେ ଆଗରେ ଥିଲା କିନ୍ତୁ ଶେଷ ୩୦ ସେକେଣ୍ଡରୁ କମ ସମୟରେ ବିରୋଧୀ ଦଳ ଏକ ପେନଲ୍ଟି କର୍ଣ୍ଣର ପାଇଥିଲେ । ନ୍ୟୁଜିଲାଣ୍ଡ ଟିମ ଏହି ପେନଲ୍ଟିକୁ ଗୋଲରେ ପରିଣତ କରିଥିଲା । ଏହାସହ ମ୍ୟାଚରେ ବରାବର ହୋଇଥିଲା । ଏହାପରେ ମ୍ୟାଚର ରେଜଲ୍ଟ ପାଇଁ ସୁଟ ଆଉଟ ହୋଇଥିଲା । ଭାରତୀୟ ଟିମ ଧୈର୍ଯ୍ୟ ରଖି ସୁଟ ଆଉଟରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.