ଦାଦନ ଖଟିବାକୁ ଡାକି ନେଇ ଗୋଡ଼ ଓ ହାତ ପାପୁଲି କାଟି ଦେଲେ ଦଲାଲ, ଥାନାରେ ଅଭିଯୋଗ କଲେ ଜୀବନରୁ ମରିଦେବାକୁ ଧମକ

Published By : Prameya-News7 Bureau | October 03, 2022 IST

ମୋହନା, ୦୩/୧୦: ଦାଦନ ଖଟିବାକୁ ଡାକିନେଲେ l ହେଲେ ମଜୁରୀ ମାଗିବାରୁ ଗୋଡ଼, ହାତ କାଟିଦେଲେ l ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଡାକି ନେଇଥିବା ଦଲାଲ । ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା କଲବା ଗ୍ରାମରେ ଦେଖିବାକୁ ମିଳିଛି । ଗତ ୧୩ ତାରିଖରେ ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ଗାଁର ୪ ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇଯାଇଥିଲେ ।

ସେଠାରେ କିଛି ଦିନ କାମ କରିବା ପରେ ଶାଙ୍କ ଟଙ୍କା ମାଗିଥିଲେ । ଟଙ୍କା ଦେବା ବଦଳରେ ପାଲଟା ମାଡ଼ ମାରିବା ସହ ଦଲାଲମାନେ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି କାଟି ଦେଇଥିବା ଅଭିଯୋଗ ହୋଇଛି । ହାତ ଗୋଡ଼ କାଟିବା ପରେ ଉତ୍ତର ପ୍ରଦେଶର ଝାଂସି ସହରର ଏକ ଘରୋଇ ମେଡ଼ିକାଲ୍‌ରେ ଗୋଟିଏ ଦିନ ଚିକିତ୍ସା କରାଇ ସେମାନେ ଗାଁରେ ଆଣି ଛାଡି ଦେଇଛନ୍ତି । ତେବେ ଏନେଇ ପୋଲିସରେ ଅଭିଯୋଗ ହୋଇନଥିବା ସୂଚନା ଦେଇଛନ୍ତି ଆର୍. ଉଦୟଗିରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.